om academy

ଆତ୍ମନିର୍ଭର ଭାରତ ୩.୦ ପାଇଁ ଅର୍ଥମନ୍ତ୍ରୀଙ୍କ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପଦକ୍ଷେପ ଘୋଷଣା

jsm

• ଏମ୍‌ଏସ୍‌ଏମ୍‌ଇ, ବ୍ୟବସାୟ, ମୁଦ୍ରା ଋଣକାରୀ ତଥା ବ୍ୟକ୍ତିବିଶେଷଙ୍କ ପାଇଁ ଇସିଏଲ୍‌ଜି ସ୍କିମ୍‌ର ମିଆଦ ୨୦୨୧ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ବଢିଲା; ଏମାନଙ୍କ ପାଇଁ ଅତିରିକ୍ତ ୨୦ ଶତାଂଶ ଋଣ ଯୋଗାଣ ବ୍ୟବସ୍ଥା
• ଚାମ୍ପିଅନ କ୍ଷେତ୍ର ପାଇଁ ୧.୪୬ ଲକ୍ଷ କୋଟି ଟଙ୍କାର ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସୁବିଧା
• ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ
• ସରକାରୀ ଟେଣ୍ଡରରେ ଅଗ୍ରୀମ ଓ କାର୍ୟ୍ୟ ପ୍ରଦର୍ଶନ ନିରାପତ୍ତା ଜମା ନୀତି କୋହଳ
• ଗୃହକ୍ରେତା ଓ ଡେଭଲପରଙ୍କୁ ଆୟକର କ୍ଷେତ୍ରରେ ରିଆତି ଦେବା ପାଇଁ ସର୍କଲ ରେଟ ଏବଂ ଚୁକ୍ତିନାମା ମୂଲ୍ୟ ମଧ୍ୟରେ ଥିବା ବ୍ୟବଧାନକୁ ୨୦% ବୃଦ୍ଧି କରାଗଲା
• ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠି (ଏନ୍‌ଆଇଆଇଏଫ୍‌)ର ଡେଟ୍‌ ପ୍ଲାଟଫର୍ମରେ ସରକାର ୬ ହଜାର କୋଟି ଟଙ୍କାର ଇକ୍ୟୁଟି ନିବେଶ କରିବେ
• କୃଷି କ୍ଷେତ୍ରକୁ ସହାୟତା ପାଇଁ ସାର ଉପରେ ୬୫ ହଜାର କୋଟି ଟଙ୍କାର ରିଆତି
• ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନିମନ୍ତେ ଅତିରିକ୍ତ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ
• ପ୍ରୋଜେକ୍ଟ ଏକ୍ସପୋର୍ଟ ପ୍ରକଳ୍ପ ପାଇଁ ୩ ହଜାର କୋଟି ଟଙ୍କାର ପ୍ରୋତ୍ସାହନ
• ପୁଞ୍ଜି ଓ ଔଦ୍ୟୋଗିକ ବ୍ୟୟ ପାଇଁ ବଜେଟରେ ଅତିରିକ୍ତ ୧୦,୨୦୦ କୋଟି ଟଙ୍କାର ପ୍ରୋତ୍ସାହନ ବ୍ୟବସ୍ଥା
• ଭାରତୀୟ କୋଭିଡ୍‌ ଟିକାର ବିକାଶ ଓ ଗବେଷଣା ପାଇଁ ୯୦୦ କୋଟି ଟଙ୍କା ଯୋଗାଇ ଦିଆଯିବ

ନୂଆଦିଲ୍ଲୀ, (ପିଆଇବି) : ଦେଶର ଅର୍ଥନୀତିକୁ ପ୍ରୋତ୍ସାହିତ ଓ ଏହାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ୩.୦ ଯୋଜନାରେ ଆଜି କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରମତୀ ନିର୍ମଳା ସୀତରାମନ୍‌ଙ୍କ ଦ୍ୱାରା ଆଜି ଏସଂପର୍କରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଏଥିରେ ଆତ୍ମନିର୍ଭର ଭାରତ ୩.୦ ପ୍ରୟାସରେ ମୋଟ ୨.୬ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମଳିନୀରେ ଏ ବିଷୟରେ ଘୋଷଣା କରି ଶ୍ରୀମତୀ ସୀତାରାମନ୍‌ କହିଛନ୍ତି ଯେ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ପର୍ୟ୍ୟନ୍ତ ଯେଉଁ ସମସ୍ତ ପ୍ରୋତ୍ସାହନମୂଳକ ଆର୍ଥିକ ପଦକ୍ଷେପ ଘୋଷଣା କରିଛନ୍ତି ତାହାର ମୋଟ ପରିମାଣ ୨୯.୮୭ ଲକ୍ଷ କୋଟି ଟଙ୍କା । ଏହି ଅର୍ଥ ଦେଶର ଜିଡିପିର ୧୫ ଶତାଂଶ । ଏହି ପ୍ରୋତ୍ସାହନ ମଧ୍ୟରୁ ଜିଡିପିର ୯ ଶତାଂଶ ପରିମାଣର ଅର୍ଥ କେବଳ ଭାରତ ସରକାର ଯୋଗାଇ ଦେଇଛନ୍ତି । କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛି ତାହାକୁ ଭରଣା କରି ଏହାକୁ ଆଗେଇ ନେବା ପାଇଁ ଏହି ପ୍ରୋତ୍ସାହନମୂଳକ ଆର୍ଥିକ ସହାୟତା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.