ତାମିଲନାଡୁରେ ପରୀକ୍ଷା ନଦେଇ ପାସ କରିବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ

ଚେନ୍ନାଇ : ତାମିଲନାଡୁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପଲାନିସ୍ୱାମୀ ଆଜି ବିଧାନସଭାରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବର୍ଷସାରା ଛାତ୍ରଛାତ୍ରୀମାନେ ରାଷ୍ଟ୍ରାୟତ୍ତ କଲଭି ଥୋଲାଇକଚି (ଶିକ୍ଷା ଟିଭି ଚ୍ୟାନେଲ) ମାଧ୍ୟମରେ ପାଠ ପଢ଼ିଥିଲେ । ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ଅସୁବିଧାକୁ ଧ୍ୟାନରେ ରଖି ସିଲାବସ୍ ହ୍ରାସ କରାଯାଇଥିଲା । କିନ୍ତୁ ସବୁ ପରେ ବି ଯେଉଁଭଳି ଭାବରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଯିବା କଥା, ତାହା ହୋଇ ପାରିନଥିଲା । ଏ ନେଇ ବିଶେଷଜ୍ଞଙ୍କ ମତାମତ ଏବଂ ଛାତ୍ରଛାତ୍ରୀମାନଙ୍କ ମାତା-ପିତାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.