ଉତ୍ତରାଖଣ୍ଡ ହିମ‌ସ୍ଖଳନ ଯୋଗୁଁ ଦୁର୍ଘଟଣା : ୧୨୫ ଜଣ ନିଖୋଜ, ୭ ଶବ ମିଳିଛି : ସିଏମ ରାୱତଙ୍କ ସାମ୍ବାଦିକ ସମ୍ମିଳନୀ

ଡେ଼ରାଡ଼ୁନ : ଉତ୍ତରାଖ‌ଣ୍ଡର ଚାମୋଲି ଜିଲ୍ଲାରେ ଗ୍ଲେସିୟର ଭାଙ୍ଗିବା ପରେ ବିପର୍ୟ୍ୟୟ ଘଟିଥିବା ବେଳେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ. ଏହି ଘଟଣାରେ ପ୍ରାୟ ୧୨୫ ଜଣ ନିଖୋଜ ଅଛନ୍ତି ଏବଂ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସେ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ ରାୱତ କହିଛନ୍ତି ଯେ, ଏହି ଘଟଣାରେ ୧୮୦ ଛେଳି ମେ‌ଣ୍ଢା ମଧ୍ୟ ଭାସି ଯାଇଛନ୍ତି । ଗ୍ଲାସିଅର୍ ଭାଙ୍ଗିଯିବା ଫଳରେ ରାନୀଗାଁରେ ପାଞ୍ଚ ଜଣଙ୍କ ମୃତ୍ୟୁ ସମ୍ପର୍କରେ ଏପର୍ୟ୍ୟନ୍ତ ଅନିଶ୍ଚିତ ସୂଚନା ରହିଛି ।

ରବିବାର ଦିନ ଡ୍ୟାମରେ କାମ କରୁଥିବା ସ୍ଥାନୀୟ ଲୋକ ଛୁଟିରେ ଥିବାରୁ ଏହି ଦୁର୍ଘଟଣାରେ କମ୍ ଆହତ ହେବାର ସମ୍ଭାବନା ରହିଛି ବୋଲି ସିଏମ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ରାୱତ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଆମର ଆବଶ୍ୟକତା ଅନୁଯାୟୀ ସମ୍ବଳ ଉପଲବ୍ଧ ଅଛି । ସେଠାରେ ପର୍ୟ୍ୟାପ୍ତ ପରିମାଣର ହେଲିକପ୍ଟର ରହିଛି । ଆବଶ୍ୟକ ସମୟରେ ବ୍ୟବହୃତ ହେବ । ଆମ ସହିତ ଉଦ୍ଧାରକାରୀ ଦଳ ମଧ୍ୟ ଉପଲବ୍ଧ ଅଛନ୍ତି । ଏନଡିଆରଏଫର ଦଳ ଦିଲ୍ଲୀରୁ ଘଟଣା ‌ସ୍ଥଳକୁ ପହଂଚିଛି । ଜିଲ୍ଲା ମାଜିଷ୍ଟ୍ରେଟ, ଏସପି ଏବଂ ଜିଲ୍ଲା ମେଡିକାଲ ଅଫିସର ସେଠାରେ କ୍ୟାମ୍ପ କରୁଛନ୍ତି ।

ଏହି ଘଟଣାରେ ଏକ ବଡ଼ ସଡ଼କ ବ୍ରିଜ ଏବଂ ଅନ୍ୟ ଚାରିଟି ସସପେନ୍ସ ବ୍ରିଜ କ୍ଷତିଗ୍ରସ୍ତ ହୋଇଛି । ଧୋଲିଗଙ୍ଗା ଅଞ୍ଚଳର ସମ୍ପର୍କ ଛି‌ନ୍ନ ହୋଇଯାଇଛି । ଏଠାରେ ୧୭ ଟି ଗାଁ ଅଛି, ଯେଉଁଥିରୁ ୭ଟି ଗାଁର ଲୋକ ଥଣ୍ଡା ହେତୁ ସ୍ଥାନାନ୍ତର ହୋଇଛନ୍ତି । ୧୧ ଟି ଗାଁରେ ଲୋକ ଅଛନ୍ତି । ସେଠାରେ ସେନା ହେଲିକପ୍ଟର ପହଞ୍ଚିଛି ।

ମୁଖ୍ୟମନ୍ତ୍ରୀ ରାୱତ କହିଛନ୍ତି, ମୁଁ ପୂର୍ବା‌ହ୍ନ ୧୧ଟା ୨୦ ମିନିଟ୍‌ରେ ଏ ବିଷୟରେ ସୂଚନା ପାଇଲି । ତୁରନ୍ତ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରି ନିଶ୍ଚିତ କରିବାକୁ କୁହାଯାଇଥିଲା ।

Leave A Reply

Your email address will not be published.