om academy

ରୁଷ୍‌ରେ ପୁଣି ବଢ଼ିଲା କରୋନା ସଂକ୍ରମଣ

jsm

ନୂଆଦିଲ୍ଲୀ : କରୋନା ସଂକ୍ରମଣ ସାରା ବିଶ୍ୱ ପାଇଁ ଆଣିଦେଇଛି ଏକ ଭୟଭୀତ ବାତାବରଣ । ଅନେକ ସାବଧାନତା ଅବଲମ୍ବନ ପରେ ମଧ୍ୟ ସଂକ୍ରମଣ କମୁନି । ଅନେକ ଦେଶ ଆଜି କରୋନା ସଂକ୍ରମଣ ଯୋଗୁଁ ଘାଇଲା ହୋଇ ସାରିଲେଣି । ତେବେ ରୁଷ୍‌ରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଗତ ମେ’ ମାସ ପରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅଧିକ ସଂକ୍ରମିତ ଚିହ୍ନଟ ହେବା ନେଇ ରୁଷ ଏବେ ଚିନ୍ତାରେ । ଅଚାନକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ମୋସ୍କୋର ମେୟର ଅତିକମ୍‌ରେ ୧୫ ଦିନ ପାଇଁ ସ୍କୁଲ ଛୁଟି ନିମନ୍ତେ ଘୋଷଣା କରିଥିଲେ । ଏବେ ମସ୍କୋରେ ସଂକ୍ରମଣ ଅଧିକ ବଢ଼ି ଚାଲିଥିବା କୁହାଯାଇଛି ।

Leave A Reply

Your email address will not be published.