ମମତାଙ୍କୁ ଆକ୍ରମଣ ଘଟଣା : ପଶ୍ଚିମବଙ୍ଗ ସରକାରଙ୍କ ରିପୋର୍ଟରେ ସନ୍ତୁଷ୍ଟ ନହୋଇ ମୁଖ୍ୟ ଶାସନ ସଚିବଙ୍କଠାରୁ ଅଧିକ ସୂଚନା ମାଗିଲେ ନିର୍ବାଚନ ଆୟୋଗ

କୋଲକାତା : ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ପଶ୍ଚିମବଙ୍ଗ ସରକାର ପଠାଇଥିବା ରିପୋର୍ଟରେ ନିର୍ବାଚନ ଆୟୋଗ ସନ୍ତୁଷ୍ଟ ନୁହଁନ୍ତି । ଆୟୋଗ ମୁଖ୍ୟ ଶାସନ ସଚିବଙ୍କଠାରୁ ଅଧିକ ସୂଚନା ଲୋଡିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ କହିବାନୁସାରେ, ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟ ନିର୍ବାଚନ ଆୟୋଗଙ୍କୁ ଏକ ରିପୋର୍ଟ ଦାଖଲ କରିଛନ୍ତି, ଆୟୋଗ ଏଥିରେ ସନ୍ତୁଷ୍ଟ ନୁହଁନ୍ତି । ଆୟୋଗ ମୁଖ୍ୟ ସଚିବଙ୍କଠାରୁ ଅଧିକ ବିସ୍ତୃତ ଏବଂ ସ୍ପଷ୍ଟ ରିପୋର୍ଟ ମାଗିଛନ୍ତି । ଏହି ରିପୋର୍ଟ ଶନିବାର ଅପରାହ୍ନ ୫ ଟା ସୁଦ୍ଧା ଦାଖଲ କରିବାକୁ ପଡିବ । ଉଭୟ ପର୍ୟ୍ୟବେକ୍ଷକ ମଧ୍ୟ ଶନିବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ କରିବେ । ଶନିବାର ସନ୍ଧ୍ୟା ପର୍ୟ୍ୟନ୍ତ କମିଶନ ସେମାନଙ୍କୁ ଅନୁମତି ଦେଇଛନ୍ତି । ସ୍ୱତନ୍ତ୍ର ପୋଲିସ ସୁପରଭାଇଜର ବିବେକ ଦୁବେ ଏବଂ ସ୍ୱତନ୍ତ୍ର ସୁପରଭାଇଜର ଅଜୟ ନାୟକ ଅନ୍ୟାନ୍ୟ ଘଟଣା ସହିତ ଏହି ଘଟଣା ସମ୍ପର୍କିତ ତଦ‌ନ୍ତ ଶେଷ କରିବା ପରେ ରିପୋର୍ଟ ଦାଖଲ କରିବେ ।

Leave A Reply

Your email address will not be published.