ଜୋ ବାଇଡେନ ରାଷ୍ଟ୍ରପତି ଭାବରେ ଦାୟି‌ତ୍ୱ ନେଉ ନେଉ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ନିଷ୍ପତ୍ତିକୁ ଅଗ୍ରାହ୍ୟ କରିଦେଲେ

‌ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ହେବାର କିଛି ସମୟ ପରେ ଜୋ ବାଇଡେନ ତାଙ୍କ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ନୀତିକୁ ଓଲଟ ପାଲଟ କରି ଦେଇଥିବା ସୂଚନା ମିଳିଛି । ଶପଥ ଗ୍ରହଣ ସମାରୋହ ପରେ କାମ ଆରମ୍ଭ କରିବା ପୂର୍ବରୁ ‌ହ୍ୱାଇଟ ହାଉସକୁ ଯାଇଥିବା ବାଇଡେନ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସମ୍ମୁଖରେ ଥିବା ସଙ୍କଟକୁ ସାମ୍ନା କରିବାକୁ ପଡିବ, ସମୟ ନଷ୍ଟ କରିବାର ନାହିଁ ।

ରାଷ୍ଟ୍ରପତି ହେବା ପରେ ସେ ପ୍ରଥମେ ୧୫ ଟି କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଥିଲେ, ଯେଉଁଥିରେ କରୋନା ମହାମାରୀର ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ବ୍ୟତୀତ ଜଳବାୟୁ ସଙ୍କଟ ଏବଂ ଇମିଗ୍ରେସନ ଉପରେ ଟ୍ରମ୍ପ ପ୍ରଶାସନର ନୀତି ବଦଳାଇବା ପାଇଁ ଏଥିରେ ନୂତନ ନିର୍ଦ୍ଦେଶ ରହିଛି ।

ଏହାପୂର୍ବରୁ ଓଭାଲ ଅଫିସରେ କଳା ମାସ୍କ ପିନ୍ଧିଥିବା ରାଷ୍ଟ୍ରପତି ବାଇଡେନ ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କର ପ୍ରମୁଖ ପ୍ରାଥମିକତା ମଧ୍ୟରେ ‘କୋଭିଡ ସଙ୍କଟ’, ‘ଅର୍ଥନୈତିକ ସଙ୍କଟ’ ଏବଂ ‘ଜଳବାୟୁ ସଙ୍କଟ’ ରହିଛି ।

Leave A Reply

Your email address will not be published.

error: Content is protected !!