ଡାକ୍ତରଖାନାର କୋଭିଡ କେୟାର ୱାର୍ଡରେ ଅଗ୍ନିକାଣ୍ଡ : ୧୮ ଜଣଙ୍କ ମୃତ୍ୟୁ

ଭରୁଚ : ଗୁଜୁରାଟର ଭରୁଚରୁ ଏକ ହୃଦୟ ବିଦାରକ ଖବର ଆସିଛି । ଏଠାରେ ଥିବା ଏକ ଡାକ୍ତରଖାନାରେ କୋଭିଡ କେୟାର ୱାର୍ଡରେ ଅଗ୍ନିକାଣ୍ଡ ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ, ରାତି ପ୍ରାୟ ୧୨.୩୦ ସମୟରେ କୋଭିଡ ୱାର୍ଡରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଶକ୍ତିଶାଳୀ ଥିଲା ଯେ ୱାର୍ଡରେ ଉପସ୍ଥିତ ଥିବା ରୋଗୀମାନଙ୍କୁ ବାହାରକୁ ଯିବାକୁ ବହୁତ କମ୍ ସମୟ ମିଳିଥିଲା । କୋଭିଡ କେୟାର ସେଣ୍ଟରର ଟ୍ରଷ୍ଟି ଜୁବାଇର ପଟେଲ କହିଛନ୍ତି ଯେ, ପୋଲିସ ଏବଂ ପ୍ରଶାସନ ସହାୟତାରେ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୨ ଜଣ ଷ୍ଟାଫ୍‌ ନର୍ସ ମଧ୍ୟ ଅଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଘଟଣା ଏତେ ଭୟଙ୍କର ଥିଲା ଯେ ଷ୍ଟ୍ରେଚର୍ ଏବଂ ବେଡ୍ ଉପରେ ପୋଡ଼ିଯିବା କାରଣରୁ କିଛି ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଏହି ଚାରି ମହଲା ୱେଲଫେୟାର ହସ୍ପିଟାଲରେ ୫୦ରୁ ଅଧିକ ରୋଗୀ ଭର୍ତ୍ତି ହୋଇଥିଲେ । ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀ ମଧ୍ୟ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ ଲାଗିବା ପରେ ପ୍ରାୟ ଏକ ଘଣ୍ଟା ପରିଶ୍ରମ ଉତାରୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଛି ।

Leave A Reply

Your email address will not be published.