oum

ଏରୋ ଇଣ୍ଡିଆ ୨୦୨୧ ପାଇଁ ମିଡିଆ ପଞ୍ଜୀକରଣ ଆରମ୍ଭ

jsm

ନୂଆଦିଲ୍ଲୀ, (ପିଆଇବି) : ‘ଏରୋ ଇଣ୍ଡିଆ ୨୦୨୧’ର ୧୩ତମ ସଂସ୍କରଣ ବାୟୁସେନା ଷ୍ଟେସନ, ୟେଲାହାଙ୍କା, ବେଙ୍ଗାଲୁରୁ (କର୍ଣ୍ଣାଟକ)ରେ ୦୩ ରୁ ୦୭ ଫେବୃଆରୀ ୨୦୨୧ରେ ଅନୁଷ୍ଠିତ ହେବ ।
ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଗଣମାଧ୍ୟମ କର୍ମଚାରୀଙ୍କ ପଞ୍ଜୀକରଣ ପାଇଁ ୦୨ ନଭେମ୍ବର ୨୦୨୦ରୁ ଖୋଲା ଯାଇଛି । ପଞ୍ଜୀକରଣ ୦୬ ଡିସେମ୍ବର ୨୦୨୦ରେ ଶେଷ ହେବ ଏବଂ ଏରୋ ଇଣ୍ଡିଆ ୨୦୨୧ ୱେବସାଇଟରେ ଅନଲାଇନରେ କରାଯିବ । ମିଡିଆ ପଞ୍ଜୀକରଣ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ, କିନ୍ତୁ ଏହି କାର୍ୟ୍ୟକ୍ରମକୁ କଭର୍ କରିବାକୁ ଚାହୁଁଥିବା ବିଦେଶୀ ସାମ୍ବାଦିକମାନେ ଏକ ବୈଧ ‘ଜେ ଭିସା’ ପ୍ରାପ୍ତ କରିବାକୁ ପଡିବ।
ୱେବସାଇଟ୍ https://aeroindia.gov.in/media/mediaregcontentରେ ମିଡିଆ କର୍ମଚାରୀଙ୍କ ପଞ୍ଜୀକରଣ ପାଇଁ ଆବଶ୍ୟକ ବଟନ୍ ଅଛି ଏବଂ ଆବଶ୍ୟକସ୍ଥଳେ ଏକ ବୈଧ ମିଡିଆ ପରିଚୟ ପତ୍ର ନମ୍ବର, ପିଆଇବି / ରାଜ୍ୟ ମାନ୍ୟତା କାର୍ଡ ନମ୍ବର (ଯଦି ସ୍ୱୀକୃତିପ୍ରାପ୍ତ), ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ଫଟୋ ପରିଚୟପତ୍ର କାର୍ଡ ନମ୍ବର ଏବଂ ୫୧୨ କେବିରୁ କମ୍ ଫଟୋ ଦରକାର ।
ଏହି ପାଞ୍ଚ ଦିନିଆ କାର୍ୟ୍ୟକ୍ରମରେ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଶିଳ୍ପଗୁଡିକର ପ୍ରମୁଖ ବାଣିଜ୍ୟ ପ୍ରଦର୍ଶନୀ ମିଳିତ ଭାବେ ହେବ । ଏରୋସ୍ପେସ୍ ଇଣ୍ଡଷ୍ଟ୍ରିର ବିଶ୍ଵସ୍ତରୀୟ ନେତା ଏବଂ ବଡ ନିବେଶକମାନଙ୍କ ବ୍ୟତୀତ ଏହି ଶୋ’ରେ ସାରା ବିଶ୍ୱରୁ ଥିଙ୍କ-ଟ୍ୟାଙ୍କ ମାନେ ଅଂଶଗ୍ରହଣ କରିବେ । ବିମାନ ଶିଳ୍ପରେ ସୂଚନା, ଜ୍ଞାନ ଏବଂ ନୂତନ ବିକାଶ ପାଇଁ ଏରୋ ଇଣ୍ଡିଆ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ । ଏହା ଘରୋଇ ବିମାନ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହିତ ମେକ ଇନ ଇଣ୍ଡିଆକୁ ଆହୁରି ଆଗକୁ ବଢାଇବ ।
ଏରୋ ଇଣ୍ଡିଆରେ ପ୍ରାୟ ୫୦୦ କମ୍ପାନୀ ଉଭୟ ଭାରତୀୟ ଏବଂ ବିଦେଶୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.