ପତି‌ଙ୍କ ଅଭିଯୋଗ : ପତ୍ନୀ ଏବଂ ପତ୍ନୀଙ୍କ ପ୍ରେମିକ ତା‌ଙ୍କ ନିରୀହ ପୁଅକୁ ଅଶ୍ଳୀଳ ଭିଡିଓ ଦେଖାଇଛନ୍ତି

ନୋଏଡା : ଜଣେ ବ୍ୟକ୍ତି ପତ୍ନୀ ଏବଂ ତାଙ୍କ ପ୍ରେମିକ ମିଶି ତା‌ଙ୍କ ନିରୀହ ପୁଅକୁ ଅଶ୍ଳୀଳ ଭିଡିଓ ଦେଖାଇଥିବା ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାମୀ ଜଣକ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ ବିରୋଧରେ ନୋଏଡା ସେକ୍ଟର -୪୯ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ପୋଲିସ ନିକଟରେ ହୋଇଥିବା ଅଭିଯୋଗରେ ସେ କହିଛନ୍ତି ଯେ, ସେକ୍ଟର -୭୬ ଅମ୍ରାପାଲି ପ୍ରିନ୍ସଲି ଇଷ୍ଟେଟ୍ ସୋସାଇଟିରେ ସେ ରୁହନ୍ତି । ସେ ୨୦୧୨ ମସିହାରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସେ ତାଙ୍କ ପତ୍ନୀଙ୍କ ସହ ଜର୍ମାନୀ ଯାଇଥିଲେ । ସେ ଅଭିଯୋଗ କରିଛନ୍ତି ଯେ, କିଛିଦିନ ପରେ ତାଙ୍କ ପତ୍ନୀ ତାଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଜର୍ମାନୀରେ ରହିଲେ । ସେଠାରେ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

ସେ କୁହନ୍ତି ଯେ, ଯେତେବେଳେ ତାଙ୍କ ପୁଅ ପାଞ୍ଚ ବର୍ଷ ହୋଇଥିଲା, ପତ୍ନୀ ତାଙ୍କୁ ତାଙ୍କ ଘରକୁ ନେଇ ଯାଇଥିଲେ । ଏଠାରେ ପତ୍ନୀଙ୍କ ପ୍ରେମିକ ପୁଅକୁ ଅଶ୍ଳୀଳ ଭିଡିଓ ଦେଖାଇଥିଲେ । ପୁଅ ଏ ବିଷୟରେ ବାପାଙ୍କୁ ଜଣାଇଥିଲେ।

ଏହା ପରେ ସେ ପୀଡିତ ପୁଅକୁ ନେଇ ଭାରତକୁ ଚାଲି ଆସିଥିଲେ । ଏବେ କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ ଭାରତ ଆସି ପୁଣି ପୁଅକୁ ସାଙ୍ଗରେ ନେଇ ଯାଇଥିଲେ । ଅଭିଯୋଗ ହୋଇଛି ଯେ, ମହିଳାଙ୍କ ପ୍ରେମିକ ତଥାପି ପିଲାକୁ ଅଶ୍ଳୀଳ ଭିଡିଓ ଦେଖାଉଛନ୍ତି । ପୀଡିତ ଏ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି, କିନ୍ତୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହା ପରେ ଏହି ବ୍ୟକ୍ତି କୋର୍ଟଙ୍କ ନିକଟକୁ ଯାଇଥିଲେ । ବର୍ତ୍ତମାନ ପୋଲିସ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.