ଗର୍ଭାବ‌ସ୍ଥାରେ ଖାଇବା ଉଚିତ ନୁହେଁ ଏସବୁ ଖାଦ୍ୟ : ଗର୍ଭ‌ସ୍ଥ ଶିଶୁକୁ ପହଂଚାଇପାରେ କ୍ଷତି

ଗର୍ଭାବ‌ସ୍ଥାରେ ମହିଳାମାନେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ । କାରଣ ଖାଦ୍ୟ ଗ୍ରହଣରେ ଅବହେଳା ଶିଶୁକୁ ପହଂଚାଇପାରେ କ୍ଷତି । ପ୍ରଥମତଃ ପେଟ ଖାଲି ରଖିବା ଉଚିତ ନୁହେଁ । ଏହା ବିଭିନ୍ନ ସମସ୍ୟା ଉପୁଜାଇବା ପାଇଁ ଉ‌ତ୍ସ ହୋଇଥାଏ । ଖାଲି ପେଟରେ ଚା’ କି କପି ପିଇବା ବି ହାନୀକାରକ ହୋଇଥାଏ । ଏଥିପ୍ରତି ସଜାଗ ରହିପାରିଲେ ଠିକ୍‌ । ଅଧିକ ଜ‌ଙ୍କ୍‌ ଫୁଡ଼୍‌ ଖାଇବା ଉଚିତ ନୁହେଁ । ଏହା ଗର୍ଭ‌ସ୍ଥ ଶିଶୁ ପାଇଁ ଉପାଦେୟ ନୁହେଁ । ସେହିପରି ଠିକ୍‌ ଭାବରେ ସଫା କରା ଯାଇ ନଥିବା ଫଳ, ଅଧସିଝା ଖାଦ୍ୟ, କଂଚା ଅ‌ଣ୍ଡା, ଅଧିକ ତେଲ ମସଲା ଯୁ‌କ୍ତ ଖାଦ୍ୟ ଗର୍ଭଧାରଣ ସମୟରେ ନିହାତି ବର୍ଜନୀୟ ଅଟେ ।

630-01708207 Model Release: Yes Property Release: Yes Portrait of a young woman smiling and touching her stomach
Leave A Reply

Your email address will not be published.