ଆରମ୍ଭ ହେଲା ସଂକଳ୍ପ ପରିବାରର ଦୁଇ ଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ତରଫରୁ ଟାଉନ ଥାନା ଛକରେ ଆଜିଠୁ ଦୁଇଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ଲିପ୍ସିତ ମିଶ୍ର ଓ ଏସଆଇ ସନୟ ନାଏକ ଯୋଗଦାନ କରି ବଣ୍ଟନ କାର୍ୟ୍ୟରେ ସହଯୋଗ କରିଥିଲେ । ସଂକଳ୍ପ ପରିବାରର ମୂଳ ଉଦ୍ଦେଶ୍ୟ ହେଲା ଯେ କିପରି ଭାବରେ ଏ ହାଡ଼ଭଙ୍ଗା ଶୀତରେ ଅସହାୟ ଓ କୁନିପିଲା ଅସୁବିଧାର ସମୁଖୀନ ନହେବେ, ସେଥିପାଇଁ ଏ ନିଆରା କାର୍ୟ୍ୟକ୍ରମ କରାଯାଉଛି । ଆଜିର ଶିବିରରେ ବର୍ତମାନ ପର୍ୟ୍ୟନ୍ତ ୧୧୫ ଲୋକ ଶୀତ ବସ୍ତ୍ର ଦାନ କରିସାରିଥିବା ବେଳେ ୨୦୦ ଶହରୁ ଅଧିକ ଅସହାୟ ଲୋକ ଶୀତ ବସ୍ତ୍ର ପାଇ ଉପକୃତ ହୋଇ ସାରିଲେଣି । ସଂକଳ୍ପ ପରିବାର ତରଫରୁ ସଭାପତି ରୋହିତ ଜସ୍ୱାଲ, ବିକାଶ ଅଗ୍ରୱାଲଙ୍କ ପ୍ରତକ୍ଷ୍ୟ ତତ୍ୱବଧାନରେ ନିଧାନ ଦନ୍ତା, ଜି. ରମେଶ, ଅଭିଷେକ ଦନ୍ତା, ବିକାଶ ଭୋଇ, ଚିଣ୍ଟୁ ଗଡ଼ତିଆ ପ୍ରମୁଖ ବଣ୍ଟନ କାର୍ୟ୍ୟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.