ସିଆରପିଏଫ.ର ଫିଟ ଇଣ୍ତିଆ ଫ୍ରିଡମ ରନ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଜଗଦଲପୁର ଠାରେ ଥିବା ୧୮୯ ବ୍ୟାଟେଲିୟନ ସିଆରପିଏଫ୍ ଜବାନମାନଂକ ଦ୍ୱାରା ଫିଟ୍ ଇଣ୍ତିଆ ଫ୍ରିଡମ୍ ରନ୍ ପାଳନ କରାଯାଇଛି । ଏସିଷ୍ଟେଣ୍ତ କମାଣ୍ତେଷ୍ଟ ରାଜୀବ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଦେଶ ମାତୃକାର ସେବା ପାଇଁ ସଂଗ୍ରାମ କରି ସହୀଦ ହୋଇଥିବା ମହାନ ଯୋଦ୍ଧାମାନଙ୍କର ବଳୀଦାନକୁ ସବୁବେଳେ ମନେରଖି ଅଖଣ୍ତ ଭାରତକୁ ସୁନାର ଭାରତ କରିବାର ଆହ୍ୱାନ ଦେଇଥିଲେ । ତଦ୍ ସଙ୍ଗେ ସଙ୍ଗେ ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି । ଆମେ ସଚେତନ ହୋଇ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ ।ଯବାନ ମାନଙ୍କ ଦ୍ୱାରା ଫ୍ରିଡମ ରନ୍ କରାଯାଇଥିଲା । ସବ୍ ଇନ୍ସପେକ୍ଟର ଧୀରେନ ଲୁହା, ଏଏସଆଇ ପ୍ରଭାକର ସେଠି, ଏଏସଆଇ ଆର. କେ. ଲେଂକା କାର୍ୟ୍ୟକ୍ରମକୁ ସଂଚାଳନ କରିଥିଲେ ।

Leave A Reply

Your email address will not be published.