csstore

ଆମ ଐତିହ୍ୟ ସୁରକ୍ଷାରେ ପରିବେଶ ସୁରକ୍ଷା : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ଐତିହ୍ୟ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଆମ ଐତିହ୍ୟ ସୁରକ୍ଷାରେ ପରିବେଶ ସୁରକ୍ଷା ସଂକଳ୍ପ ପତ୍ରକୁ ବେନୁପଡା ଗାଦିବ୍ରହ୍ମ ପୀଠର ମଠ୍ୱାଧୀଶ ମହନ୍ତ ମହାରାଜ ଦାସରଥୀ ଦାସ, ବାବାଜି କାଳୁଚରଣ ଦାସ ଲୋକାର୍ପଣ କରିଛନ୍ତି । ଡେଲାଙ୍ଗ ବ୍ଲକର ଅରାଗଡ଼ ପାହାଡରେ ଥିବା ବୌଦ୍ଧସ୍ତୁପ, ଭୋରଶୈଳ(ବିଶ୍ୱନାଥ ପାହାଡ଼), ଅରାଗଡ଼ର କୁନ୍ତେଶ୍ୱର ମନ୍ଦିର, ବେରବୋଇର ବ୍ରହ୍ମେଶ୍ୱର ମନ୍ଦିର ଓ ଗାନ୍ଧିପୀଠ, ଇନ୍ଦିପୁରର କୁମାରେଶ୍ୱର ମନ୍ଦିର, ଘୋରାଡ଼ିଆର ରାଧାମୋହନ ଓ ଚୈତନ୍ୟ ମଠ, ଖେଳାଉରର ଖେଲେଶ୍ୱର ମନ୍ଦିର ଆଦି ଗୁଡିକର ସୁରକ୍ଷା ଉପରେ ଆଲୋକପାତ କରାଯାଇଥିଲା । ପରେ ପରେ ଟ୍ରଷ୍ଟର ଅଧ୍ୟକ୍ଷ ପରିବେଶବିତ୍‌ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ଧୁମ ବିହୀନ ତାଙ୍କ ବ୍ୟାଟେରୀ ଚାଲିତ ଗାଡିରେ ଉପରୋକ୍ତ ଐତିହ୍ୟ ପୀଠଗୁଡ଼ିକ ପରିଭ୍ରମଣ କରି ପ୍ରଚାରପତ୍ର ବାଣ୍ଟିବା ସହ ଐତିହ୍ୟ ପୀଠଗୁଡିକର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ସାଥୀରେ ସୋମନାଥ ସେନାପତି, ରାଜକିଶୋର ମନୋହାରୀ, ଆକାଶ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.