ଆଶୁକବି ହେମନ୍ତ ଦାଶ
କରୋନା ଆଏଲା ଦେଶକେ ଖାଏଲା
କାମବୁତା ଗଲା ବୁଡି,
ଛୁଏ ପିଲେ ଆରୁ ଇସ୍କୁଲ୍ ନିଯିବାର୍
ପାଠର୍ ଗଲା ମୁହୁଁ ପୁଡି ।
କିରିଆ ମେଟାବାକେ ସର୍କାର୍ କହୁଛନ୍
ପଢ ଅନ୍ ଲାଇନ୍ ପାଠ୍,
ଘଡେ ଛନେ ପଢି ମୁବେଲ୍ ଖେଲୁଛନ୍
ପିଲେ କରୁଛନ୍ ନାଟ୍ ।
ଘୁଷ୍ ରେ ଘୁଷା ରେହେପେଚେଁ ହେଇ
ଯେତେ ରେଥୁଥିଲେ ଗୁରୁ,
ତଥାପି ତ ପିଲେ ଶିରି ଅଖର୍ ନାଇଁ
ଏଛେନ୍ ପଢବେ କେଁ ଦୁରୁ ।
ଅନ୍ ଲାଇନ୍ ଲାଗି ନେଟ୍ ଦରକାର୍
ଗଅଁଲିନେ ପାଏବ କାହିଁ?
ଘୁର୍ ଘୁର୍ ହେଇ ଘୁରୁଛେ ନ ଖାଲି
ନେଟ୍ର ଦେଖା ନାଇଁ ।
କିଏ ଚଢୁଛେ ଗଛ୍ ଉପର୍’କେ ହୋ
କିଏ ଚଢୁଛେ ଛାତ୍,
ନେଟ୍ ମାହାପୁରୁର୍ ଦେଖା ନାଇଁ
ମାରୁଛନ୍ ଠିଆ ଲାତ୍ ।
ମାସକ ତିନ୍’ଶ ବେଲେନ୍ସ ପକେଇ
ଗରିବ୍ ବିଚରା ମଲା,
ତଥାପି ଢଙ୍ଗସେ ପାଠ୍ ଦୁଇ ଅଖର୍
ପଢି ନିପାର୍ଲା ପିଲା।
ଗୁରୁ ସାଜିଛେ ଗୁଗୁଲ୍ ଦେଖ
ୟୁଟୁବ୍ ଟ୍ୟୁସନ୍ ମାଷ୍ଟର୍,
ମୁବେଲ୍ ସ୍କ୍ରିନ୍ ଧଲାପଟା ହେଲେ
ଆଁଗୁଟ୍ ସାଜିଛେ ଡଷ୍ଟର୍ ।
ଘଁସି ଘଁସି କରି ପିଲାର୍ ଆଁଗୁଟ୍
ଗଲାନ ଗାର୍ ସରି ।
ତଥାପି ପିଲା ପାଠ୍ ନାଇଁ ଜାନଲା
ଇ କରୋନା କେ ଡରି ଡରି ।
ପିଲା ମାରୁଛେ ମଜା ହୋ ଭାଇ
ବାପ୍ ଭୁଗୁଛେ ସଜା,
ଯାହାକେ ମୁବେଲ୍ ମନା ଥିଲା
ସେ ସାଜିଛେ ରଜା ।
ଅନ୍ ଲାଇନ୍ ପାଠ୍ ସୁଖା କାଠ୍
ନାଇଁନ ଟିକେ ରସ୍ ।
କହେଲେ ମଲୁ ସହେଲେ ମଲୁ
ଇଟା ତ ଛୁଚା ଫସ୍ । ।
ସଂପାଦକ ‘ନିଷାନ’
ତୁଷୁରା, ବଲାଙ୍ଗିର୍
ମୋ-୯୯୩୭୬୮୮୫୫୧