mahavir

ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଠାରେ ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳନ ହୋଇଯାଇଛି । ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ ସୁଷମା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡିଏସ୍‌ପି କମଳ କୁମାର ପଣ୍ଡା, ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝା, ଶ୍ରୀମତୀ କସ୍ତୁରୀ ରଥ, ପୋଲିସ ସବ ଇନ୍ସପେକ୍ଟର ଅଲେଖ ଗରଡିଆ, ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ଯୋଗାଯୋଗ ଅଧିକାରୀ ଆନନ୍ଦ ମିଶ୍ର ଯୋଗ ଦେଇଥିଲା ବେଳେ ଅଧ୍ୟାପକ ସନ୍ଦୀପ କୁମାର କୁଅଁର ସାଧନ କର୍ମୀ ତଥା ବକ୍ତା ଭାବରେ ଯୋଗଦେଇ ଥିଲେ । ପ୍ରାରମ୍ଭରେ ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ ସୁଷମା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥିମାନେ ନାରୀର ଅଧିକାର ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ସାଧନ କର୍ମୀ ତଥା ବକ୍ତା ଅଧ୍ୟାପକ ସନ୍ଦୀପ କୁମାର କୁଅଁର ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସର ବିଷୟ କିଶୋରୀ ମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶର ମାଧ୍ୟମ, ସମାନତା, ସୁଯୋଗ, ଅଧିକାର, ବିଷୟରେ ମାର୍ଗଦର୍ଶନ କରିଥିଲେ । ଜିଲ୍ଲା ମମତା ଯୋଜନା ଅଧିକାରୀ ଶିବାନୀ ଠାକୁର ସଭା ପରିଚାଳନା କରିଥିଲା ବେଳେ ପିରାମଲ ଫାଉଣ୍ଡେସନର ଦେବୀପ୍ରସାଦ ଓ ଅନ୍ୟମାନେ କିଶୋରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, କୁଇଜ ପରିଚାଳନା କରିଥିଲେ । ପାର୍ବତୀଗିରି ବାଳ ନିକେତନ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକର କିଶୋରୀମାନେ ତଥା ଅଙ୍ଗନବାଡି କର୍ମୀ, ସୁପରଭାଇଜର, ସିଡିପିଓ ଯୋଗଦେଇଥିଲେ ।

Leave A Reply

Your email address will not be published.