ମ. ରାମପୁର, (ପି.କେ ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମେରା ୟୁବା ଭାରତ କଳାହାଣ୍ଡି ଶାଖା ଓ ମ.ରାମପୁର ବନାଞ୍ଚଳ ସହଯୋଗରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଉର୍ଲାଦାନୀ ଶହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତି ପରିସରରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ କରାଯାଇଥିଲେ । ଏଥିରେ ଅତିଥିଭାବେ ମ.ରାମପୁର ବନାଞ୍ଚଳର ଏ.ସି.ଏଫ. ଅସିତ କୁମାର ଦାସ , ଉର୍ଲାଦାନୀ ସିଆରପିଏଫ ୬୪ବାଟାଲିଆନ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମଞ୍ଜୀତ ସିଂଙ୍ଗ, ଇନିକ୍ସପେକଟର ଯୁଗଳ କିଶୋର, ଜିଲ୍ଲାୟୁବ ଅଧିକାରୀ ପ୍ରସନ୍ନ କୁମାର ମେହେର, ସମାଜସେବୀ ତଥା ଯୁବ ନେତା ନୀଳମାଧଵ ସିଂଦେଓ, ସମାଜସେବୀ ତଥା ଆମ ଜଙ୍ଗଲ ଯୋଜନା ପ୍ରଦୀପ କୁମାର ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ହେମସାଗର ସାହୁ, ଶମ୍ଭୁ ବିଶି, ସ୍ୱେଚ୍ଛାସେବୀ ଚୁଳମଣୀ ମାଝୀ, ରାଜବୀର ବାଗ, ଅନିଲ ପରାସେଠଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ବୃକ୍ଷ ଆମର ମା’ ସଦୃଶ, ମା’ ପନତକାନି ଆମକୁ ଯେମିତି ଖରା ବର୍ଷା ଶୀତରୁ ସୁରକ୍ଷା ପ୍ରଦାନ କରେ ଗଛ ଟିଏ ମଧ୍ୟ ଆମକୁ ଏକ ପ୍ରଦୂଷଣ ମୁକ୍ତ ପରିବେଶ ଦେଇ ଆମର ଜୀବନକୁ ଉର୍ଜ୍ଜଳ ଦେଇଥାଏ ବୋଲି ଏ.ସି.ଏଫ. ଶ୍ରୀ ଦାସ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉର୍ଲାଦାନୀ ସିଆର ପିଏଫ ୬୪ ବାଟାଲିୟନ ସମସ୍ତ ଯବାନ ଓ ଗୋପବନ୍ଧୁ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ବମକ ଗ୍ରାମପଞ୍ଚାୟତ ଅଇଁଲାପାଲି ଗ୍ରାମର ଗଜାନନ ଯୁବକ ସଂଘ ଓ ମୁଡିଙ୍ଗ ଗ୍ରାମ ପଞ୍ଚାୟତ ପକେଲପଡାଗ୍ରାମର ବିନାୟକ ଯୁବକ ସଂଘ ତରଫରୁ ମଧ୍ୟ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ କରାଯାଇଥିଲେ । ଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Prev Post