csstore

ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଏବଂ ଜଣେ ପରୋପକାରୀ ମଣିଷ ତଥା ନିଷ୍ଠାବାନ କର୍ମଚାରୀ ପ୍ରଫୁଲ୍ଲ ବେହେରାଙ୍କ ସ୍ମୃତିରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସସରେ ସାହୁଟିକ୍ରା, ତୋରା ଠାରେ ଟିମ୍ ନିଷ୍ଠା ସାହୁଟିକ୍ରା ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । କୃତିବାସ ରାଉତ ପ୍ରକଳ୍ପ ନିର୍ଦ୍ଦେଶକ, ବରଗଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ଶିବିରରେ ସର୍ବମୋଟ ୩୮ୟୁନିଟ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା । ଏହି ଅବସରରେ ନିଷ୍ଠା ପରିବାରର ଉପଦେଷ୍ଟା ଦୁର୍ବାଦଳ ଷଢଙ୍ଗୀ, ସଂପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ, ସହ ସଂପାଦକ ଲୋକନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ରକ୍ତଦାତା, ଶୁଭେଚ୍ଛୁ ଏବଂ ସହଯୋଗୀ ବନ୍ଧୁ ମାନଙ୍କୁ ଧନ୍ୟବାଦ ଜଣାଇଛି ନିଷ୍ଠା ପରିବାର ।

jayashree
Leave A Reply

Your email address will not be published.