oom

ଅଜଣା ଗାଡ଼ି ଧକ୍କାରେ ଗୁରୁତର ଶିଶୁ : ପୋଲିସର ନିଷ୍କ୍ରିୟତା ପାଇଁ ଥାନା ଘେରାଉ କଲେ ଖଇରପାଲି ଗ୍ରାମବାସୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବାରୁ ତାହାର ବିଭିନ୍ନ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ନିଶାସକ୍ତ ଡ୍ରାଇଭର ମାନେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ କ୍ଷୟକ୍ଷତି ଘଟୁଛି । ଅନେକ ଧନଜୀବନ ନଷ୍ଟ ମଧ୍ୟ ହେଉଛି । ଏହାଛଡ଼ା ଅପରାଧ ନିୟନ୍ତ୍ରଣରେ ପୋଲିସର ନିଷ୍କ୍ରିୟତା ମଧ୍ୟ ପଦାରେ ପଡ଼ୁଛି ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ଏମିତି ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ଅଞ୍ଚଳରେ । ଗତ ୨୪ ତାରିଖ ମଧ୍ୟାହ୍ନ ୧୨ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମରେ ପପୁ ମେହେର ନାମକ ଗୋଟିଏ ଚାରି ବର୍ଷର ଛୁଆ ଘର ସାମ୍ନାରେ ଖେଳୁଥିବା ସମୟରେ ହଟାତ ଏକ ବୋଲେରୋ ଗାଡି ଆସି ଛୁଆକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ପରିବାର ଲୋକ ତୁରନ୍ତ ହସ୍ପିଟାଲ ନେଇଥିଲେ, ବର୍ତ୍ତମାନ ଛୁଆର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ପରିବାର ଲୋକ ଉଚ୍ଚତର ଚିକିତ୍ସା ସହ ଫେରାର ଗାଡି ଚାଳକକୁ ଧରାଯାଉ ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ, ହେଲେ କିଛି ସୁଫଳ ମିଳି ନ ପାରିବାରୁ ଆଜି ସକାଳ ୯ଟା ୩୦ ମିନିଟ ସମୟରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ଵରଙ୍କ ସମେତ ଶତାଧିକ ଗ୍ରାମବାସୀ ପଦ୍ମପୁର ଆଦର୍ଶ ଥାନାକୁ ଆସି ଧାରଣାରେ ବସିଛନ୍ତି, ଉପଯୁକ୍ତ ଚିକିତ୍ସା ସହ ଫେରାର ହୋଇଥିବା ଗାଡି ଚାଳକକୁ ଧରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.