oom

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାଷାର ବିକାଶ ତଥା ନୂତନ ଶିକ୍ଷାନୀତି ସମ୍ବଳିତ ଓଡ଼ିଆ ପାଠ୍ୟକ୍ରମ ବିଷୟରେ ବିଶେଷ ତର୍ଜମା ଓ ଆଲୋଚନା ନିମନ୍ତେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ‘ପାଞ୍ଚ ଦିନ ବ୍ୟାପୀ ଓଡ଼ିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ ରବିବାର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତା.୦୮.୧୨.୨୦୨୪ରିଖ ଠାରୁ ତା.୧୨.୧୨.୨୦୨୪ରିଖ ପର୍ଯ୍ୟନ୍ତ ଚାଲିବ । ଆମ ରାଜ୍ୟର ଗଞ୍ଜାମ, ଗଜପତି, କୋରାପୁଟ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲାମାନଙ୍କରୁ ପଚାଶ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଅଧ୍ୟାପକ-ଅଧ୍ୟାପିକା ଯୋଗଦେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦକ୍ଷତା ଭିତ୍ତିକ ଶିକ୍ଷା ଲାଭ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଶିକ୍ଷକ-ଶିକ୍ଷୟତ୍ରୀ ତଥା ଅଧ୍ୟାପକ-ଅଧ୍ୟାପିକାଙ୍କୁ ଏପରି ପ୍ରଶିକ୍ଷଣର ଉପାଦେୟତା ବିଷୟରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚେୟାରମେନ୍‌ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡ଼ିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଡେପୁଟୀ ସେକ୍ରେଟାରୀ ଡ଼ଃ.ଯଶୋବନ୍ତ ସାମଲ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ବ୍ରହ୍ମପୁର ଜୋନର ଡେପୁଟି ସେକ୍ରେଟାରୀ ଡ଼ଃ.କୁମଳଣି ଓଝା ଯୋଗଦେବା ସହିତ ଓଡ଼ିଆ ଭାଷାର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବୁଝାଇ ଓଡ଼ିଆ ଭାଷା ପ୍ରତି ସମାଜର ଦାୟିତ୍ୱବୋଧ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଆଇ.କ୍ୟୁ.ଏ.ସି. ସଂଯୋଜିକା ଡ଼ଃ. ଶୁଚିସ୍ମିତା ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ.ଇମ୍‌ତିହାନ୍‌ ଶାହା ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ.ସୁରଚିତା ପଟ୍ଟନାୟକ, ଡ଼ଃ.ଶାନ୍ତିଲତା ବେହେରା, ଡ଼ଃ.ମିଲିମିତା ପାଢୀ ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.