ସଇଁତଲାରେ ନୂତନ ଷ୍ଟେଟ୍‌ ବ୍ୟାଙ୍କ କାର୍ଯ୍ୟାଳୟ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ୨୬ ଜାତୀୟ ରାଜପଥ କଡ଼ ଥିବା ନୂତନ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସଇଁତଲା ଶାଖା ପରିଚାଳକ ପ୍ରଦୀପ ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମହାପ୍ରବନ୍ଧକ ଦିନେଶ ପୃଷ୍ଟି ମୁଖ୍ୟଅତିଥି ଭାବରେ ଯୋଗଦାନ ଦେଇ ଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ଅତିରିକ୍ତ ପ୍ରବନ୍ଧକ ସଞ୍ଜୟ ଝା ଓ ବଲାଙ୍ଗିର ଆଞ୍ଚଳିକ ପ୍ରବନ୍ଧକ ପ୍ରଦ୍ୟୁମ୍ନ ସ୍ୱାଇଁ ପ୍ରମୁଖ ଯୋଗଦେଇ ନୂତନ ଶାଖା କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଅଞ୍ଚଳର ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ବ୍ୟାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ମହାପ୍ରବନ୍ଧକ ଶ୍ରୀ ପୃଷ୍ଟି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ଆର୍‌ବିଓ ରମାକାନ୍ତ ମାଝୀ, ଯୋଗେନ୍ଦ୍ର ସଗରିଆ, ଦେବବ୍ରତ ପତି, ଅଜିତ କୁମାର ରଞ୍ଜିତ, ସନ୍ତୋଷ ଗୁରୁ ସହ ସଇଁତଲା ଶାଖାର ସ୍ୱସ୍ତିକ ମିଶ୍ର, ରିତିକ ଧଳ, ସସ୍ମିତା ଶତପଥି, ନିହାର ବେରୁଆ, ପ୍ରଶାନ୍ତ କୁମାର ବେହେରା, ପ୍ରତୀକ୍ଷା ନାୟକ, ହରିପ୍ରିୟା ସେଠୀ ଓ ପ୍ରତାପ ବେନୁଆଙ୍କ ସହ ଗ୍ରାହକ ସେବା କେନ୍ଦ୍ର ପରିଚାଳକ, ବ୍ୟାଙ୍କ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!