jayashree

କୃଷି ଆଇନକୁ ବିରୋଧ କରିବା ହେଉଛି କୃଷକଙ୍କ ମୌଳିକ ଅଧିକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରି ପ୍ରଧାନ ବିଚାରପତି ଶରଦ ଏ. ବୋବଡେଙ୍କ ନେତୃତ୍ୱରେ ଗଠିତ ବେଞ୍ଚ କହିଛନ୍ତି ଯେ, ବିରୋଧ କରିବା ହେଉଛି ଚାଷୀଙ୍କ ମୌଳିକ ଅଧିକାର । ଏଥିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ ଜଷ୍ଟିସ ବୋବଡେ କହିଛନ୍ତି ଯେ, ପ୍ରତିବାଦରେ ସାଧାରଣ ଲୋକଙ୍କୁ ଅସୁବିଧା ହେବା ଉଚିତ ନୁହେଁ । ଶାନ୍ତିପୂର୍ଣ୍ଣ ବିରୋଧରେ ବଳ ପ୍ରୟୋଗ ନକରିବାକୁ ପୋଲିସ ନିଶ୍ଚିତ କରିବା ଉଚିତ ବୋଲି ମଧ୍ୟ ଜଷ୍ଟିସ ବୋବଡେ କହିଛନ୍ତି ।

Leave A Reply

Your email address will not be published.