ସିରିସ୍‌-କୁତୁର୍ଲା ବ୍ରିଜ୍‌ ଭିତ୍ତିପ୍ରସ୍ତର ଦେଲେ ନରସିଂହ

  • ଏହି ପୋଲ ଅଂଚଳ ପାଇଁ ଆଶୀର୍ବାଦ ସଦୃଶ ହେବ : ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ କୁଡାସିଂହାର ସିରିସ-କୁତୁର୍ଲା ବ୍ରିଜର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ବ୍ରିଜ ନାଇକେନ ଜୋର ଉପରେ ନିର୍ମାଣ ହେବ । ଏହାର ବ୍ୟୟ ଅଟକଳ ୩କୋଟି ୯୩ଲକ୍ଷ ୧୮ହଜାର ଟଙ୍କା ମଞ୍ଜୁର ହୋଇଛି ଯାହାକୁ ଏହି ବର୍ଷ ଭିତରେ ସଂପୂର୍ଣ୍ଣ କରିବାର ଲକ୍ଷ ରଖାଯାଇଛି । ଏହି ବ୍ରିଜ ହେବା ଦ୍ୱାରା ସିରିସ ଓ କୁତୁର୍ଲା ମଧ୍ୟରେ ଯୋଗେଯାଗ ମଜବୁତ ହେବ । ଯାହା ଫଳରେ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଏହି ପୋଲ ଅଂଚଳ ପାଇଁ ଆଶୀର୍ବାଦ ସଦୃଶ ହେବ । ଏହା ସହ ଉପସ୍ଥିତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏହି ବ୍ରିଜଟି ସମୟ ସୀମା ପୂର୍ବରୁ ଯେମିତ ସଂପୂର୍ଣ୍ଣ ହେବ ସେ ଦିଗରେ କାମ କରିବା ସହ ଏହି କାମରେ ଗ୍ରାମବାସୀମାନେ ସଂପୂର୍ଣ୍ଣ ସହଯୋଗ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ । କାର୍ଯ୍ୟକ୍ରମ ପରେ ଅଧିକ୍ଷଣ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର ଜେନାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଭିତ୍ତିପ୍ରସ୍ତର ସଭାରେ ଗ୍ରାମବାସୀମାନେ ତାଙ୍କ ବିଭିନ୍ନ ସମସ୍ୟା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅନିୟମିତତା, ରାସନ କାର୍ଡ ଓ ବିଭିନ୍ନ ଭତ୍ତାମାନଙ୍କୁ ନେଇ ଆପତ୍ତି ଅଭିଯୋଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଞ୍ଜିନିୟର ଜ୍ଞାନ ରାଉତ, ବିରେନ୍ଦ୍ର ମିଶ୍ର, ପ୍ରମୋଦ ସାହୁ, ଜୁଲୁ ପଟ୍ଟନାୟକ, ଭୁତିଆରବାହାଲ ସରପଞ୍ଚ ନୀଳ ସେଠ, ଲିଙ୍ଗରାଜ ପୁଟେଲ, ସରୋଜ ରଥ, ଅଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.