ନୂଆଁଖାଇ ଜୁହାର ଜଣାଇବା ସହ ଏକଜୁଟ୍‌ ହୋଇ ସମସ୍ତେ କୋଶଲ ସଂଗ୍ରାମରେ ସାମିଲ୍‌ ହେବାକୁ ଆହ୍ୱାନ ଦେଲେ କୋଶଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ମହାନ୍‌ ଗଣପର୍ବ ନୂଆଁଖାଇ ପାଳନ ହୋଇ ସାରିଥିବା ବେଳେ କୋଶଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସମସ୍ତଙ୍କୁ ନୂଆଁଖାଇ ଜୁହାର୍‌ ଜଣାଇବା ସହ ଏକଜୁଟ୍‌ ହୋଇ ସମସ୍ତେ କୋଶଲ ସଂଗ୍ରାମରେ ସାମିଲ୍‌ ହେବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଆଜିର ଦିନରେ କୋଶଲ ସଂଗ୍ରାମରେ ଆମ ଅଂଚଳର ଯୁବଶକ୍ତି ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ କୋଶଲ ସଂଗ୍ରାମ ଜାରି ରଖିଛନ୍ତି । ଏହା ନିଶ୍ଚୟ ସ୍ୱାଗତଯୋଗ୍ୟ । ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ଆମେ ସମସ୍ତେ ଏକଜୁଟ୍‌ ହୋଇ ଲଢେ଼ଇ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!