ଦ୍ବିତୀୟ ଟି୨୦ : ଇଶାନ ଓ କୋହଲିଙ୍କ ଦମଦାର ବ୍ୟାଟିଂ ବଲରେ ଇଂଲଣ୍ଡକୁ ୭ ଉଇକେଟରେ ହରାଇଲା ଭାରତ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୨ୟ ଟି-୨୦ରେ ଭାରତ ଇଂଲଣ୍ଡକୁ ୭ ଓ୍ବିକେଟରେ ପରାସ୍ତ କରିଛି। ଏହା ସହିତ ସିରିଜ ୧-୧ରେ ପହଞ୍ଚିଛି। ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଖେଳୁଥିବା ଇଶାନ କିଷନଙ୍କ ଲଢୁଆ ଅର୍ଦ୍ଧଶତକ। ସେ ୫୬ ରନ କରି ଆଦିଲ ରସିଦଙ୍କ ଦ୍ବାରା ଏଲବିଡବ୍ଲୁ ଆଉଟ୍ ହୋଇଥିଲେ। ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲି ୭୩ ରନ ଓ ଋଷଭ ପନ୍ତ ୨୪ ରନ କରିଥିଲେ।

ଆଜି ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଇଂଲଣ୍ଡ ଦଳ ଆରମ୍ଭରୁ ଅଭିଜ୍ଞ ଜସ ବଟଲରଙ୍କୁ ହରାଇଥିଲେ ମଧ୍ୟ ଜାସନ ରଏ ଓ ଡେଓ୍ବିଡ୍ ମଲାନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରଏ ୪୬ ରନ କରି ଓ୍ବାସିଂଟନ ସୁନ୍ଦରଙ୍କ ବଲରେ ଆଉଟ ହୋଇଥିବାବେଳେ ମଲାନ ୨୪ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ୨୦ ରନ ଓ ଇଅନ ମର୍ଗାନ ୨୮ ରନର ଯୋଗଦାନ ଦେଇଥିଲେ। ସେହିପରି ବେନ ଷ୍ଟୋକ୍ସ ୨୪ ରନ କରିଥିଲେ । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ୨ଟି ଲେଖାଏଁ, ଯୁଜବେନ୍ଦ୍ର ଚହଲ ଓ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.