oom

ପ୍ରଥମ ବାର୍ଷିକ ସ୍ବର୍ଗତ ଗାର୍ଗବ ପ୍ରସାଦ ମେହେର ସ୍ମାରକୀ କ୍ରିକେଟ : ଚତୁର୍ଥ କ୍ଵାର୍ଟର‌ ଫାଇନାଲ୍‌ରେ ରତାଖଣ୍ଡିକୁ ହରାଇ ସେମିଫାଇନାଲରେ ଭୁତିଆରବାହାଲ

jsmm

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ସାଲେପାଲି ଡମ୍ବରୁଧର ଷ୍ଟାଡ଼ିୟମରେ ସାଲେପାଲି ସାହାରା କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ପ୍ରଥମ ବାର୍ଷିକ ଗାର୍ଗବ ପ୍ରସାଦ ମେହେର ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଚତୁର୍ଥ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ ପ୍ରକାଶ ମେହେର, ଗୋପାଳ ମେହେର, ଜୟରାମ ଭୋଇ, ରାଜକିଶୋର ସାମଲ ଯୋଗ ଦେଇଥିଲେ। ଶନିବାର ଦିନ ଗ୍ରୁପ୍ ‘ଡି’ର ପ୍ରଥମ ମ୍ୟାଚରେ ସାଲେପାଲି (ପଦରପଡ଼ା)କୁ ଭୂତିଆରବାହାଲ ଦଳ ହରାଇଥିଲା। ଦ୍ବିତୀୟ ମ୍ୟାଚରେ ଅର୍ଜୁନପୁରକୁ ରତାଖଣ୍ଡି ହରାଇଥିଲା। ଭୂତିଆରବାହାଲ୍ ଓ ରତାଖଣ୍ଡି ମଧ୍ୟରେ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଭୁତିଆରବାହାଲ୍ ପ୍ରଥମେ ବ୍ୟାଟିଂ କରି ୧୦ଓଭରରେ ସମସ୍ତ ୱିକେଟ ହରାଇ ୭୩ରନ୍ କରିଥିଲା। ଜବାବରେ ରତାଖଣ୍ଡି ଦଳ ୧୦ଓଭରରେ ୩ୱିକେଟ ହରାଇ ୭୦ରନ କରିପାରିଥିଲା। ଫଳରେ ଭୂତିଆରବାହାଲ ଦଳ ୩ ରନରେ ବିଜୟୀ ହୋଇଥିଲା। ଆଜିର ମ୍ୟାଚଗୁଡ଼ିକୁ ସ୍ନେହାଶିଷ ସାମଲ, ସିଦ୍ଧାନ୍ତ ପସାୟତ, ମଣ୍ଟୁ ସାମଲ, ରାଜ କିଶୋର ସାମଲ ପରିଚାଳନା ଦେଇଥିଲେ।

jittmm
Leave A Reply

Your email address will not be published.