oum

ବଲାଙ୍ଗିର ସଦର ବ୍ଲକ୍ ବିଜୁ ଯୁବ ବାହିନୀଙ୍କୁ ଖେଳ ସାମଗ୍ରୀ ବଣ୍ଟନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ୧୨ଖଣ୍ଡ ପଞ୍ଚାୟତର ବିଜୁ ଯୁବ ବାହିନୀଙ୍କୁ ପୁର୍ବତନ ସାଂସଦ ତଥା ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଖେଳ ସାମଗ୍ରୀ ବଣ୍ଟନ କରାଯାଇଛି । ପ୍ରକାଶ ଥାଉକି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଯୁବକ ମାନଙ୍କ ମଧ୍ୟରେ ସାମାଜିକ ଚେତନା ଜାଗ୍ରତ କରିବା ପ୍ରୟାସରେ ପ୍ରତ୍ୟେକ ପଞ୍ଚାୟତରେ ବିଜୁ ଯୁବ ବାହିନୀ ଗଠନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଜୁ ଯୁବ ବାହିନୀଙ୍କୁ ଏ ବର୍ଷ ବିଭିନ୍ନ ଖେଳ ଉପକରଣ ପ୍ରଦାନ କରି ତାଙ୍କର ମନୋବଳକୁ ଦୃଢ଼ କରାଯାଇଛି। ତେଣୁ ଗତକାଲି ବଲାଙ୍ଗିର ସଦର ବ୍ଲକର ଶିବତଲା, ଭୁତିଆରବାହାଲ, ଝାଙ୍କରପାଲି, ବରକାନି, ଚୁଡାପାଲି, ମାୟାବରାହ, ତୁଷରାବାହାଲ, କୁଡାସିଂହା, ସାହାଜବାହାଲ, ଶିକାଛିଡ଼ା, ଭୁଣ୍ଡିମୁହାଣ, ଖୁଜେନପାଲି ପଞ୍ଚାୟତର ବିଜୁ ଯୁବ ବାହିନୀ ମାନଙ୍କୁ କ୍ରିକେଟ, ଫୁଟବଲ, ଭଲିବଲ, ବେଡମିଣ୍ଟନ, ଚେସ୍ ଅନ୍ୟାନ୍ୟ ଖେଳ ଉପକରଣ ପ୍ରଦାନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ବଲାଙ୍ଗିର ସଦର ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ସତ୍ୟ ନାରାୟଣ ଭୋଇ, ସରପଂଚ ପ୍ରଦ୍ୟୁମ୍ନ ହୋତା, ରାଜେନ୍ଦ୍ର ହୋତା, ସମିତି ସଭ୍ୟ କୁଲମଣି ମେହେର, ନିହାର ରଞ୍ଜନ ସ୍ୱାଇଁ, ବ୍ଲକ ଯୁବ ସଭାପତି ଆଶିର୍ବାଦ ସାହୁ, ଜିଲ୍ଲା ଛାତ୍ର ସଭାପତି ଗୁଞ୍ଜ ଖାଁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.