oom

ପଞ୍ଚମ ଜମ୍ବେଶ୍ୱର ମାଝୀ ଓ ପ୍ରକାଶ କଅଁର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଘଣ୍ଟାପଡା ଫାଇନାଲକୁ ପ୍ରବେଶ

jsmm

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ସମଲେଶ୍ବରୀ ଖେଳ ପଡିଆରେ ପଞ୍ଚମ ଜମେଶ୍ବର ମାଝୀ ଓ ପ୍ରକାଶ କଅଁର ମେମୋରିଆଲ ଫୁଟବଲ ପ୍ରତିଯୋଗିତା ସୋମବାର ଉଦଘାଟିତ ହୋଇ ଯାଇଛି । ପ୍ରତିଯୋଗିତାର ପ୍ରଥମ ଲିଗ ମ୍ୟାଚ ଖେଳରେ କୁରୁକୁପା ଦଳ ୨-୧ ଗୋଲରେ ତରଭାକୁ ପରାସ୍ତ କରିଥିଲା । ଦିତୀୟ ଲିଗମ୍ୟାଚ ଖେଳରେ ଘଣ୍ଟାପଡା ଦଳ ୧-୦ ଗୋଲରେ ନୂଆଁପଡା କୁ ହରାଇ କୁରୁକୁପା ସହିତ ପ୍ରଥମ ସେମିଫାଇନାଲ ଖେଲିଥିଲା । ୧-୦ ଗୋଲରେ କୁରୁକୁପା ଦଳକୁ ହରାଇ ଘଣ୍ଟାପଡା ଦଳ ଫାଇନାଲକୁ ପ୍ରବେଶ କରିଛି ଆଜି ଅପର ପକ୍ଷର ସେମିଫାଇନାଲ ବିଜେତା ସହ ଫାଇନାଲ ଖେଳ ଅନୁଷ୍ଠିତ ହେବ । ପ୍ରଶାନ୍ତ ଖେଳ ପରିଚାଳନା କରିଥିବା ବେଳେ ବୀରବାହୁ ମାଝୀ ଓ ଉଗ୍ରେସନସିଂ କଅଁର ଲାଇନମେନ ଥିଲେ । ମନ୍ଦରଧର ବେହେରା ଓ ଅଶୋକ ସାହୁ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଆଭାସ ନାଏକ ସ୍କୋରର ଦାୟିତ୍ବ ତୁଲାଇ ଥିଲେ । ଜମ୍ବେଶ୍ବର ମାଝୀ ଟ୍ରଷ୍ଟର ସଭାପତି ବସନ୍ତ ମାଝୀ ଫିତା କାଟି ଖେଳର ଶୁଭ ଉଦଘାଟନ କରିଥିଲେ । ମ୍ୟାଚ ଆରମ୍ଭ ପୁର୍ବରୁ ଜମିଦାର ସ୍ବର୍ଗତ ଜମ୍ବେଶ୍ବର ମାଝୀ ଓ ଖେଳାଳୀ ପ୍ରକାଶ କଅଁରଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମାଁ ନାରାୟଣୀ ଫିଲିଙ୍ଗ ଷ୍ଟେସନର ପ୍ରୋପାଇଟର ଶରତ ରଣା, କ୍ରିଷ୍ଣା ଫିଲିଙ୍ଗ ଷ୍ଟେସନର ମ୍ୟାନେଜର ପ୍ରଭାତ ସାହୁ, ସମିତିସଭ୍ୟ ନିତ୍ୟାନନ୍ଦ ସେନାପତି, ସମଲେଶ୍ବରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ପିତବାସ ପଣ୍ତା, ଜୁନିଅର କଲେଜର ଅଧ୍ୟକ୍ଷ ପରମାନନ୍ଦ ଡାଙ୍ଗ, ଶିକ୍ଷାବିତ ଶ୍ରୀପତି ମଲିକ, ଦିବାକର ମିଶ୍ର, ପଞ୍ଚାନନ କଅଁର, ପଣ୍ତିତ ଚମ୍ପେଶ୍ବର ପାଣିଗ୍ରାହି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଟ୍ରଷ୍ଟର ସଂପାଦକ ସୁଶାନ୍ତ ମାଝୀ ଏବଂ ସମଲେଶ୍ବରୀ ସ୍ପୋଟିଂ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.