
ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମୋଦୀ ନେତୃତ୍ୱାଧୀନ କେନ୍ଦ୍ରର ବିଜେପି ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ୩ ଗୋଟି ନୂତନ କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦିନ ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରିବ ବୋଲି କୁହାଯାଇଛି । କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଂଗତ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।