jayashree

ଭିନ୍ନକ୍ଷମଙ୍କୁ ମିଳିଲା ହୁଇଲ ଚେୟାର

ପାପଡାହାଣ୍ଡି : ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ପଞ୍ଚାୟତର ଦଶରୀ ବିନ୍ଧାଣି ଦୁଇ ବର୍ଷରୁ ଅଧିକ ସମୟ ହେବ ପକ୍ଷାଘାତ ରୋଗରେ ପୀଡିତ ଅଛନ୍ତି । ନିଜର ଗୋଡ଼ ଦୁଇଟି ଅକାମି ହୋଇଯାଇଛି । ଘରେ ସ୍ୱାମୀ ଲହରା କାମ କରି କଷ୍ଟେ ମଷ୍ଟେ ଚଲୁଥିବା ଯୋଗୁଁ ଶରୀର ଚିକିତ୍ସା ହୋଇ ପାରିନଥିଲା, ପରିବାର କହିଲେ ୬ ପ୍ରାଣୀ କୁଟୁମ୍ବ, ବଡପୁଅ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଘରେ ୩ଟି ଝିଅ ସହ ୫ଜଣ ରହୁଛନ୍ତି, ଏକା ରାମଚନ୍ଦ୍ର ରୋଜଗାର କରୁଥିବା ବେଳେ ଘରର ଛାତ କାଳବୈଶାଖୀରେ ଉଡିଯାଇଛି, ସରକାରଙ୍କ ତରଫରୁ ୧୦ କିଲୋ ଚାଉଳ ମିଳୁଅଛି, ୪ ଜଣଙ୍କ ଆଧାର ନଥିବା ଯୋଗୁଁ ଚାଉଳରୁ ବଞ୍ଚିତ, ଆଧାର କାର୍ଡ ନଥିବା ଯୋଗୁଁ ପକ୍ଷାଘାତ ପୀଡିତାଙ୍କ ଭିନ୍ନକ୍ଷମ ସାର୍ଟିଫିକେଟ ମିଳିପାରୁନାହିଁ । ଏହି ଖବର ପାଇବା ପରେ ବ୍ଲକ ପ୍ରଶାସନ ତପ୍ତରତା ଦେଖାଇଥିଲା । ବ୍ଲକ ଉପାଧ୍ୟାକ୍ଷ ସୁଶାନ୍ତ ବେହେରା ଦଶରୀ ବିନ୍ଧାଣିଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରିଛନ୍ତି ଏବଂ ତାଙ୍କ ପରିବାରର ବଳକା ବ୍ୟକ୍ତିମାନଙ୍କର ଆଧାର କାର୍ଡ କିପରି ଶୀଘ୍ର ପ୍ରଦାନ ହେବ ସେ ଦିଗରେ ଚେଷ୍ଟା କରୁଥିବା ଉପାଧ୍ୟକ୍ଷ କହିଛନ୍ତି । ବ୍ଲକ ପ୍ରଶାସନ ତଥା ଉପାଧକ୍ଷ ଶ୍ରୀ ବେହେରାଙ୍କୁ ରାମଚନ୍ଦ୍ର ବିନ୍ଧାଣି ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.