ସମ୍ବଲପୁର : ଗାଧୋଇବା ବେଳେ କେନାଲରେ ବୁଡ଼ିଗଲେ ଭିସୁଟ୍ ଛାତ୍ର । ବୁର୍ଲା ଅଠର ହଜାର ଠାରେ ଗାଧୋଉଥିବା ବେଳେ ପାୱାର କେନାଲରେ ବୁଡ଼ିଗଲେ ଛାତ୍ର । ମୃତକ ଜଣଙ୍କ ହେଉଛନ୍ତି ସିଭିଲ ଇଞ୍ଜିନିୟରିଂ ପ୍ରଥମ ବର୍ଷର ପ୍ରିୟାଂଶୁ ପ୍ରକାଶ ବେହେରା (୧୯ ବର୍ଷ) । ସୂଚନାଯୋଗ୍ୟ ଯେ, ପ୍ରିୟାଂଶୁଙ୍କ ଘର ଢେଙ୍କାନାଳ ଜିଲ୍ଲାରେ । ସେ ଭିସୁଟ୍ରେ ପାଠ ପଢୁଥିଲେ । ଆଜି ପ୍ରିୟାଂଶୁ ସାଙ୍ଗମାନଙ୍କ ସହ ଅଠର ହଜାର ନିକଟ ପାୱାର କେନାଲକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।