ଭିଜିଲାନ୍ସ ଜାଲରେ ତହସିଲଦାର ଲକ୍ଷ୍ମଣ ଦଳେଇ, ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଧରିପଡିଛନ୍ତି । ତହସିଲଦାର ଜଣକ ଲାଞ୍ଚ ନେଉଥିବା ସମୟରେ ଧରାପଡିଛନ୍ତି । ଖବର ଅନୁଯାୟୀ, ବେଆଇନ ପଥର ଖାଦାନରୁ ଟ୍ରକ ଛାଡ଼ିଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଟଙ୍କା ସହ ତାଙ୍କୁ ଗିରଫ କରିଛି । ଏହି ଅନିୟମିତତାକୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ ।

Leave A Reply

Your email address will not be published.

error: Content is protected !!