ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନୟନ ବିଭାଗର କନିଷ୍ଠ ଯନ୍ତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁ । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତାର ରକ୍ଷଣାବେକ୍ଷଣ କାର୍ଯ୍ୟର ବିଲ୍‌ ପାସ କରାଇଦେବାକୁ ଜଣେ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ରାଉରକେଲା ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଲେ ଗ୍ରାମ୍ୟ ଉନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁ । ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ପଚରାଉଚରା ପାଇଁ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖିଛି ଟିମ୍ । କନିଷ୍ଠ ଯନ୍ତ୍ରୀ ବିଶ୍ରା ସେକ୍ସନରେ ନିୟୋଜିତ ଥିବାବେଳେ ବିଲ୍ ପାସ କରିବାକୁ ଅନେକ ସମୟରେ ଠିକାଦାରଙ୍କ ଠାରୁ ଅର୍ଥ ଦାବୀ କରୁଥିବା ଅଭିଯୋଗ ସାମ୍ନାକୁ ଆସୁଛି ।

jittmm
Leave A Reply

Your email address will not be published.