କବି ରତ୍ନମୟ ତ୍ରିପାଠୀଙ୍କ ଦ୍ଵିତୀୟ କବିତା ସଂକଳନ ‘ନିଶବ୍ଦ ଝରଣା’ ଉନ୍ମୋଚିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲିଟରାରୀ ଏଣ୍ଡ ସୋସିଆଲ କ୍ଲବ ପରିସରରେ କବି ରତ୍ନମୟ ତ୍ରିପାଠୀଙ୍କ ଦ୍ଵିତୀୟ କବିତା ସଂକଳନ ‘ନିଶବ୍ଦ ଝରଣା’ ଉନ୍ମୋଚିତ ହୋଇଯାଇଛି । ଅଧ୍ୟାପକ ଡ଼ଃ ଖ୍ୟାତିମୟ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ ଯୁବପ୍ରତିଭାମାନଙ୍କୁ ସାହିତ୍ୟ କ୍ଷେତ୍ରରେ ଆଗେଇ ଯିବାକୁ ଆମେ ପ୍ରେରଣା ଯୋଗାଇ ଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସଂକଳନର ପ୍ରକାଶକ ତଥା ପୂଜ୍ୟପୂଜା ସଂଗଠନର ସମ୍ପାଦକ ମଦନ ମୋହନ ରଥ ବହିର ସମୀକ୍ଷା କରିବା ସହିତ କବିଙ୍କ କବିତା ଗୁଡିକର ସାହିତ୍ୟିକ ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ । ନିଶବ୍ଦ ଝରଣାର କବିତା ଗୁଡିକୁ ଆବୃତ୍ତି କରିଥିଲେ କବି ସସ୍ମିତା ନେପାକ । ଆରମ୍ଭରେ କସ୍ତୁରୀ ରଥ ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ ପରେ ପ୍ରାରଂଭିକ ସଂଗୀତ ଗାନ କରିଥିଲେ ଶ୍ୱେତପଦ୍ମା ଲେଙ୍କା । କପିଳ ପତି କବିରତ୍ନମୟ ତ୍ରିପାଠୀଙ୍କୁ ପୂଜ୍ୟ ପୂଜା ଅନୁଷ୍ଠାନ ତରଫରୁ ସମ୍‌ମ୍ମନେିତ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ଚୂଡେନ୍ଦ୍ର କୁମାର ବେହେରା । ସଭାକୁ ସଫଳ କରିବାରେ ପ୍ରଦୀପ ପଶାୟତ, ଦୁର୍ଗାଚରଣ ସାହୁ, ହୃଷିକେଶ ପୁରୋହିତ, ଗଣେଶ ବାରିକ, ମୄଗେସ ବୈଷ୍ଣବ ପାଣିଗ୍ରାହୀ, କୁନିଝିଅ ଆଦ୍ୟା ସହଯୋଗ କରିଥିଲେ । ଏହି ସଭାରେ ସହରର ଅନେକ ସାହିତ୍ୟିକ, ସାମ୍ବାଦିକ, ବୁଦ୍ଧିଜୀବୀ, ତଥା ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.