କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ମଙ୍ଗଳବାର ଦିନ ଭାରତୀ ଭାରତ ଗ୍ୟାସ ଗ୍ରାମୀଣ ବିତରକ ଦ୍ୱାରା ପ୍ରଧାନମନ୍ତ୍ରୀ ଉଜ୍ୱଲା ଯୋଜନା ୨ୟ ପର୍ଯ୍ୟାୟର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ଏଜେନ୍ସି ଗ୍ୟାସ ବିତରକ ତଥା ଓକିଲ ନରେଶ ସାହୁ, କର୍ମଚାରୀ ସୁବ୍ରତ ସାହୁ, ପ୍ରହଲ୍ଲାଦ ବାଗ, ବିକାଶ ଅଧିକାରୀ ଅଭୟ ବାଗ ସହିତ ମହିଳା ହିତାଧିକାରୀ ମାନେ ଉପସ୍ଥିତ ଥିଲେ । ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ ଉପସ୍ଥିତ ରହି, ଉଜ୍ୱଲା ଗ୍ୟାସର ବ୍ୟବହାର, ଉପକରିତା, ଲାଭ ଓ ଜଙ୍ଗଲ ସୁରକ୍ଷା ବିଷୟରେ ସଚେତନ କରିଥିଲେ । ଗ୍ୟାସ ବିତରକ ମାଲିକ ତଥା ଓକିଲ ନରେଶ ସାହୁ ଏହି ଯୋଜନାରେ ୪୦୦ ଜଣ ମହିଳା ହିତାଧିକାରୀମାନେ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି ।
Prev Post