ହଳଦୀ ଜୟ ଡଙ୍ଗରବୁଢ଼ା କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ

  • ହଳଦୀକୁ ୧-୦ରେ ଗୋଲରେ ହରାଇ ଗୁଲମୀ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ଜୟ ଡଙ୍ଗରବୁଢ଼ା କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଫାଇନାଲ ଖେଳରେ ଆୟୋଜକ ହଳଦୀ ଇଲେଭେନ ବ୍ରଦର୍ସ ଫୁଟବଲ ଆସୋସିଏନକୁ ୧-୦ ଗୋଲରେ ହରାଇ ଗୁଲମି ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଉଦଯାପନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମନୋଜ ହାତୀ, ବିଜେପି ଯୁବ ସଂଗଠକ ଦେବବ୍ରତ ବିଶି, ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ, ମାଲିଶିରା ପେକ୍ସ୍ ସମ୍ପାଦକ ପିତାମ୍ବର ବାଗ, ପୂର୍ବତନ ହଳଦୀ ସରପଞ୍ଚ ହୃଷିକେଶ ବାଗ, ନାଏବ ସରପଞ୍ଚ ଦିଗାମ୍ୱର ବାଗ, ପଟାମରା ୱାର୍ଡସଭ୍ୟ ତଥା କଣ୍ଠଶିଳ୍ପୀ ଯୋଗଧ୍ୟାନ ହଂସ, ବିଜେପି ଗାଁରେଇ ମଣ୍ଡଳ ସଭାପତି ପ୍ରଦୀପ ବଛା, ପତ୍ରାପାଲି(ଖ) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ଛତ୍ରିଆ, ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏନ ସଭାପତି ଦୁର୍ଗାନନ୍ଦ ମହାକୁର, କୋଷାଧ୍ୟକ୍ଷ ନବୀନ ତାଣ୍ଡି, ବରିଷ୍ଠ ସାମ୍ବାଦିକ କେଦାର ବଡ଼ଜେନା, ମନୋଜ ସାହୁ, ଗୋବିନ୍ଦା ଶର୍ମା, ହରେକୃଷ୍ଣ ସାହୁ, ଟୁନୁ ବଗର୍ତ୍ତି ଓ ଥବିର ପୁଝାରୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚ୍ ପରିଚାଳନା ଆଶୀର୍ବାଦ ସା, ଆଶିଷଦେବ ସା, ଅଶ୍ଵିନୀ ଭୁକ୍ତା ଓ ପ୍ରତାପ ଭୁକ୍ତା କରିଥିଲେ । ବେଷ୍ଟ ଗୋଲକିପର ସଞ୍ଜୟ, ବେଷ୍ଟ ଡିଫେନ୍ସ ବଉଦ, ବେଷ୍ଟ ସ୍କୋରର ନୃପ ଓ ବେଷ୍ଟ ପ୍ଲେୟାର ଭାବେ ବିନୋଦଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜକ ହଳଦୀ ଇଲେଭେନ୍ ବ୍ରଦର୍ସ ଫୁଟବଲ୍ ଆସୋସିଏନର ସଭାପତି ବିକି ଭୋଇ, ସମ୍ପାଦକ ବିଦ୍ୟାଧର ପୋଡ଼, କୋଷାଧ୍ୟକ୍ଷ ଗୁଣନିଧି ପୋଡ଼, ଚିତ୍ରସେନ ହାତୀ, ସୁନୀଲ ହାତୀ, ଫଣିନ୍ଦ୍ର ହାତୀ, ଝୁନୁ ପୋଡ଼, ହେମରାଜ ବାଗଙ୍କ ସହ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ । ପୁଡ଼ିସରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁବାସ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.