୨୩ତମ ନେତାଜୀ ମେମୋରିଆଲ୍ କ୍ରିକେଟ କପ୍‌ ଆଜି ତୃତୀୟ ଦିବସରେ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମରେ ୨୩ତମ ନେତାଜୀ ମେମୋରିଆଲ୍ କ୍ରିକେଟ କପ୍‌ ଆଜି ତୃତୀୟ ଦିବସରେ ଖେଳ ସମାପନ ହୋଇ ଯାଇଛି । ଆଜି ୯ ଟି ଦଳ ଅଂଶ ଗ୍ରହଣକରି ତାଙ୍କ ଚମତ୍କାରିତା ଖେଳ ପ୍ରଦର୍ଶନ କରି ଖେଳପ୍ରେମୀଙ୍କୁ ହତବାକ କରି ଦେଇଥିଲେ । ପ୍ରଥମ ମ୍ୟାଚ ବରିକେଲ ଓ କୁଡାସିଂହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶେଷରେ ବୁଡେନ ଟିମ୍‌କୁ ପଦ୍ମପୁର (ଜେ.ସି.ସି) ଟିମ୍‌ ହରାଇ ସେମିଫାଇନାଲକୁ ପ୍ରବେଶ କରିଥିଲା । ଆଜିର ଉଦଯାପନ ଦିବସରେ ମୁଖ୍ୟଅତିଥି ଭାବେ ପଦ୍ମପୁର ଓକିଲ ସଂଘର ସମ୍ପାଦକ ପ୍ରଶାନ୍ତ ମାଝୀ, ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସଯୁକ୍ତା ମାଝୀ, ଖଲିଆପାଲି ଗ୍ରାମପଞ୍ଚାୟତର ଭି.ଏ.ଡବ୍ଲୁ ସୁଶିଲ କୁମାର କିଷାନ ଯୋଗଦେଇ ଖେଳାଳି ତଥା ଖେଳ ଉଦ୍‌ଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳ ପରିଚାଳନା ସର୍ବଶ୍ରୀ ସୁରେଶ, ଗୋପାଳ, ହେମନ୍ତ ଗୋପୀ କରିଥିବା ବେଳେ ଭାଷ୍ୟକାର ସୁଶାନ୍ତ ପ୍ରଧାନ, ଶ୍ରୀକାନ୍ତ ବଗର୍ତ୍ତି ଓ ସ୍କୋରର୍ ପ୍ରଶାନ୍ତ ବଗର୍ତ୍ତି ତୁଲାଇଥିଲେ । ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ମନୋଜ, ସୁଦାମ, ସଞ୍ଜୟ, ଉତ୍ତମ, ମୁକେଶ, ରାଜେଶ, ବଣ୍ଟି, ରାହୁଳ, ପିଣ୍ଟୁ, ସ୍ୱାଧୀନ, ପବିତ୍ର, ଦୀପକ, ଭାଷ୍କର, ଜିତେଶ, ଅମିତ, ଗଜିନ, ମଣ୍ଟୁ, ବିନେଶ, ଜଗନ୍ନାଥ ଖୁବ ସୁନ୍ଦର ଭାବେ ତୁଲାଇଥିଲେ ।

Leave A Reply

Your email address will not be published.