om academy

ଖଟଖଟିଆ କ୍ରିକେଟ୍‌ କପ୍‌-୨୦୨୦ ଉଦ୍‌ଘାଟିତ

jsm

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖଟଖଟିଆ ସ୍ଥିତ ଧୁବେନ ଆଁଟ୍‌ ଖେଳ ପଡିଆ ଠାରେ ଖଟଖଟିଆ କ୍ରିକେଟ ଆସୋସିଏସନ୍ ଦ୍ଵାରା କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟବାନ ବସ୍ତିଆ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ମୋହନ ମାଝୀ ଓ ସମାଜସେବୀ ରଂଜନ କୁମାର ପାତ୍ର ଯୋଗଦେଇ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ କରିଥିଲେ । ପ୍ରଥମ ମ୍ୟାଚ ସଦାନନ୍ଦପୁର ଓ ସିନ୍ଦୁରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଦାନନ୍ଦପୁର ବିଜୟୀ ହୋଇଥିଲା । ଦ୍ବିତୀୟ ମ୍ୟାଚ ଦପଲା ଓ କଳରାକୋଠା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କଳରାକୋଠା ବିଜୟ ହୋଇଥିଲା । ଶ୍ରବଣ କୁମାର ବସ୍ତିଆ ଓ ଜିତେନ୍ଦ୍ର ବାରିକ ଖେଳ ପରିଚାଳନା କରିଥିଲେ । ଭରଦ୍ବାଜ କ୍ଷେତୀ ସ୍କୋରର୍ ଥିଲେ। ଆକାଶ ମାଝୀ, ବିକାଶ ଓ ମଧୁମୟ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.