ଜରୁରୀକାଳୀନ ହେଲ୍ପ ଲାଇନ ନମ୍ବରର ଶୁଭ ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଘର ନିର୍ମାଣ କାମ କରୁଥିବା ଲୋକେ ସତର୍କ ରହନ୍ତୁ । ରାସ୍ତା ଅବରୋଧ କଲେ ଦେବାକୁ ପଡ଼ିବ ପାଉଣା । ବଲାଙ୍ଗିର ମ୍ୟୁନିସିପାଲଟି ଠାରେ ଏକ ଜରୁରୀକାଳୀନ ହେଲ୍ପ ଲାଇନ ନମ୍ବରର ଶୁଭ ଉଦ୍‌ଘାଟନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ଘର ନିର୍ମାଣ ପରେ ରାସ୍ତା ଉପରେ ପଡ଼ି ରହୁଥିବା ବର୍ଜ୍ୟବସ୍ତୁ ଗୁଡ଼ିକର ସୁପରିଚାଳନା ପାଇଁ ଏହି ନମ୍ୱର୍ ଜାରି କରାଯାଇଛି । ସୂଚନଯୋଗ୍ୟ ଯେ, ବଲାଙ୍ଗିର ସହରରେ ଏବେ ଘନ ଘନ ଘର ନିର୍ମାଣ କାମ ଚାଲିଛି । କୌଣସି ନା କୌଣସି ସ୍ଥାନରେ ଘର ନିର୍ମାଣ କରାଯାଉଥିବା ବେଳେ ଏଥିରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯଥା ବାଲି ଗେଟି ପଥର ଆଦି ରାସ୍ତା ଉପରେ ପଡ଼ି ରହୁଛି । ଏହା ଫଳରେ ରାସ୍ତା ଅବରୋଧ ହେବ ସହ କେତେକ ସ୍ଥାନରେ ଡ୍ରେନ ଅବରୋଧ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ବର୍ଷା ସମୟରେ ଏହା ନର୍ଦ୍ଦମା ପାଣି ନିଷ୍କାସନରେ ବାଧକ ସାଜୁଛି । ତେଣୁ କରି ଏହି ଆବର୍ଜନାକୁ ନେବା ପାଇଁ ଜନ ସାଧାରଣ ୯୦୪୦୧୦୫୧୧୧ ନମ୍ବରରେ ଯୋଗାଯୋଗ କରିପାରିବେ ଓ ଏଥିପାଇଁ ପରିବହନ ଖର୍ଚ୍ଚ ଟ୍ରାକ୍ଟର ପ୍ରତି ୫୦୦ ଟଙ୍କା ପଡ଼ିବ । ତେବେ ଏହି ନମ୍ୱରରେ ଯୋଗାଯୋଗ କିମ୍ବା ଅଭିଯୋଗ କରି ବଲାଙ୍ଗିର ମ୍ୟୁନିସିପାଲଟିକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ଜନ ସାଧାରଣ ସହଯୋଗ କରନ୍ତୁ ବୋଲି ପୌରଧ୍ୟକ୍ଷା ଲିକା ସାହୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

error: Content is protected !!