ନିଷ୍ଠା ପରିବାର ଦ୍ୱାରା ଅସହାୟ ବୃଦ୍ଧା ଉଦ୍ଧାର

ବରଗଡ, (ସତ୍ୟନାରାୟଣ ପଧାନ) : ନିଷ୍ଠା ପରିବାର ଦ୍ୱାରା ଜଣେ ଅସହାୟ ବୃଦ୍ଧା ସୋହେଲା, ବରଗଡରୁ ଉଦ୍ଧାର କରାଯାଇଥିଲା । ତାଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଥିଲା । ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନଥିଲା । ନିଷ୍ଠା ପରିବାରର ଦୀର୍ଘ କୋଡିଏ ଦିନର ସେବା ଓ ଡାକ୍ତରଙ୍କ ଚିକିତ୍ସା ପରେ ବର୍ତ୍ତମାନ ତାଙ୍କ ଅବସ୍ଥା ପୂର୍ବାପେକ୍ଷା ବହୁତ ଭଲ ଓ ସୁସ୍ଥ ଅଛନ୍ତି । ତାଙ୍କୁ ନିଷ୍ଠା ତରଫରୁ ତିନିଟି ଓ ପଜିଟିଭ୍‌ ରକ୍ତ ମଧ୍ୟ ଦିଆଯାଇଛି । ତାଙ୍କ ଘର ବାଲେଶ୍ବର ଓ ତିନୋଟି ପୁଅ ଝିଅ ଥିବା ସେ କହୁଛନ୍ତି । ନିଷ୍ଠା ପରିବାର ତରଫରୁ ତାଙ୍କୁ ଗତ ମାସ ୧୯ ତାରିଖରେ ସମଲେଇପଦର ଠାରେ ଥିବା ବୃଦ୍ଧାଶ୍ରମରେ ଥଇଥାନ କରାଯାଇଥିଲା। କିନ୍ତୁ ସେ ଟିକେ ମାନସିକ ଅସୁସ୍ଥ ଥିବାରୁ ତାଙ୍କର ଥଇଥାନ ଗତକାଲି ଟିମ୍‌ ପରିଚୟ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ମିଶନାରୀ ଅଫ୍ ଚାରିଟି ସମ୍ବଲପୁରରେ ଥଇଥାନ କରାଯାଇଛି। ବିପିନ ବିହାରୀ ପଣ୍ଡା, ବୃଦ୍ଧାଶ୍ରମର ଜଳନ୍ଧର ପଟେଲଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ‌ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.