om academy

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ୟ୍ୟାଳୟ ତେବେ କେଉଁଠି ?

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ୫ ରୁ ୬ ବର୍ଷ ହେବ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ୟ୍ୟାଳୟ କାମ ଏଠାରେ ନ ହୋଇ ଅନ୍ୟତ୍ର ହେଉଥିବା ବେଳେ ସାଧାରଣରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ୟ୍ୟାଳୟ ତେବେ କେଉଁଠି ବୋଲି ଆଲୋଚନା କରନ୍ତି । ସୂଚନାଯୋଗ୍ୟ ଯେ, ବୁକୁରାମୁଣ୍ଡାରେ ଥିବା ସର୍ବପୁରାତନ ସରକାରୀ ଡାକ୍ତରଖାନା ୫ ବର୍ଷ ପୂର୍ବରୁ ସୁପରିଚାଳନା ହୋଇ ଆସୁଥିଲା । ଡାକ୍ତର ପଦବୀ ଅଭାବ ଥିଲେ ମଧ୍ୟ ସେ ସମୟରେ ଡାକ୍ତର ଡୋଲାମଣି ପ୍ରଧାନ ପ୍ରତିଦିନ ନିଘଂଚ ପାହାଡ ପର୍ବତ ଘେରା ବୁକୁରାମୁଣ୍ଡାରେ ଅବସ୍ଥାପିତ ସି.ଏଚ.ସି.କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାତ୍ରିଯାପନ ମଧ୍ୟ କରୁଥିଲେ । ସେ ସମୟରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ନିଯୁକ୍ତିପ୍ରାପ୍ତ ବିପିଓ ତ୍ରିପାଠୀ ଓ ଏକାଉଣ୍ଟେନ ସାହୁ ସଦାସର୍ବଦା କାର୍ୟ୍ୟାଳୟକୁ ଆସି କାର୍ୟ୍ୟାଳୟର କାର୍ୟ୍ୟ ସୁଚାରୁ ରୂପେ ତୁଳାଇ ଆସୁଥିଲେ । ଡାକ୍ତର ପ୍ରଧାନଙ୍କ ପଦୋନ୍ନତି ପରେ ଏଠାକାର ଅବସ୍ଥା ହୁଗୁଳା ହୋଇଗଲା । ତା’ପରର ଅବସ୍ଥାପିତ ଡାକ୍ତର ଏବଂ କେତେକ ଖଳ ପ୍ରକୃତିର କର୍ମଚାରୀ ତାଙ୍କ ଯିବା ଆସିବା ସୁବିଧା ଦୃଷ୍ଟିରୁ ଏଠାକାର କାର୍ୟ୍ୟାଳୟକୁ ରାତାରାତି ଚୋରି କରି ନେଇ ଯାଇଛନ୍ତି ବୋଲି ସାଧାରଣରେ ଆଲୋଚନା ହୁଏ । ଅଫିସ କାମ ଆଉ ଏଠି ହେଉନାହିଁ । ଲୋକେ ମୃତଜନ୍ମ ପଂଜିକରଣ, ଗର୍ଭବତୀ ମା’ମାନଙ୍କ ପଂଜିକରଣ ସକାଶେ ବୁକୁରାମୁଣ୍ଡାକୁ ଆସି ପୁଣି ଖର୍ଚ୍ଚାନ୍ତ ହୋଇ ପାଇକମାଲକୁ ଯିବାକୁ ପଡୁଛି । ବାରମ୍ବାର ଏ ସମ୍ପର୍କରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଜଣାଇଲେ ମଧ୍ୟ ନୀରବଦ୍ରଷ୍ଟା ସାଜିବା କେତେଦୂର ଠିକ ତାହା ବିଚାରଯୋଗ୍ୟ । ଏଠାରେ ଉଲ୍ଲେଖନୀୟ ଯେ, ଏଠାରେ ବର୍ତ୍ତମାନ ଏନ.ଏଚ.ଏମ କର୍ମଚାରୀମାନେ କିଏ କିଏ ତାହା ମଧ୍ୟ ଲୋକେ ଜାଣି ନାହାନ୍ତି ବୋଲି କହନ୍ତି । ଏଣୁ ତୁରନ୍ତ ଅଫିସ କାର୍ୟ୍ୟାଳୟକୁ ଉଦ୍ଧାର କରିବା ସହ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପଦ ମର୍ୟ୍ୟାଦା ବଢ଼ାଇବାକୁ ବରଗଡ ଜିଲ୍ଲାପାଳ ତଥା ସି.ଡି.ଏମ.ଓ. ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ କରନ୍ତି ।

Leave A Reply

Your email address will not be published.