jayashree

ଜୀବନ କୌଶଳ ଏବଂ କୈଶୋର ସ୍ୱାସ୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ସ୍ଵେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ବାଉଁଶୁଣି ପକ୍ଷରୁ ତା ୧୨ରୁ ୧୪ ରିଖ ପଯ୍ୟନ୍ତ ତ୍ରି-ଦିବସୀୟ ପିଅର ଏଜୁକେଟରମାନଙ୍କ ନିମନ୍ତେ ଜୀବନ କୌଶଳ ଏବଂ କିଶୋରୀ, କୈଶୋର ‌ସ୍ୱାସ୍ଥ୍ୟ ଶିକ୍ଷା ତାଲିମ କାର୍ୟ୍ୟକ୍ରମ ନାରାୟଣ ପ୍ରସାଦ ପଞ୍ଚାୟତର ସଦାନନ୍ଦ ଉଚ୍ଚ ବିଦ୍ୟାଳୟ ରୀଙ୍ଗାପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦୁତ୍ ସାର୍ ଯୋଗ ଦେଇ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା କରିଥିଲେ । କାର୍ୟ୍ୟକ୍ରମର ଗୋଷ୍ଠୀ ସଂଯୋଜକ ବ୍ୟାସଦେବ ନାୟକ, ରଞ୍ଜିତ ସିଂହ, ଭଗବତୀ ମେହେର, ପ୍ରିୟଙ୍କା ବାରିକ, ରାନୁ ଦିଦି ଯୋଗଦେଇ ସଂଘ ଗଠନ ଓ ଏହାର ଉପକାରିତା, ଜୀବନ କୌଶଳ, ଚିନ୍ତନ ଦକ୍ଷତା, ସୁଷମ ଖାଦ୍ୟ, ଉତ୍ତମ ଅଭ୍ୟାସ ଓ ପରିଷ୍କାର ପରିଚ୍ଛନ୍ନତା, କୈଶୋର ଅବସ୍ଥାରେ ଶାରୀରିକ ଅଭିବୃଦ୍ଧି ଓ ମାନସିକ ପରିବର୍ତ୍ତନ, ସ୍ନେହର ସମ୍ପର୍କ ଓ ପରିପୋକ ନିଷ୍ପତ୍ତି, ବାଲ୍ୟ ବିବାହ ଦୂରୀକରଣ, ଅପ୍ରାପ୍ତ ବୟସରେ ଗର୍ଭ ଧାରଣ, ପ୍ରଜନନ ପଥ ସଂକ୍ରମଣ ଓ ଯୌନ ସଂକ୍ରମଣ, ଲିଙ୍ଗ ଗତ ବୈଷମ୍ୟ, ଯୌନ ନିର୍ୟାତନା, ମାଦକ ଦ୍ରବ୍ୟର ଅପବ୍ୟବହାର ଏବଂ ଇଣ୍ଟରନେଟ୍ ଓ ସ୍ମାର୍ଟ ଫୋନର ଅପବ୍ୟବହାର ବିଷୟରେ ତାଲିମ ଦେଇଥିଲେ । କାର୍ୟ୍ୟକ୍ରମର ଅନ୍ୟତମ ସହଯୋଗୀ ବିଶ୍ଵନାଥ ସାହୁ, ସୁନିତି, ମୋନାଲିସା, କେଶବ ଓ ଗ୍ଲୋରିଆ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.