ଚା’ ପିଉଥିବା ବେଳେ ଫୁଟିଲା ଗୁଳି : ଟଳି ପଡିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

ବ୍ରହ୍ମପୁର, (କେପିଏନ୍‌ଏସ୍) : ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା କରାଯାଇଛି ବୋଲି ଖବର ମିଳିଛି । ସୂଚନାଯୋଗ୍ୟ ଯେ, ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ସୁମଣ୍ଡଳ ଛକରେ ସକାଳୁ ସକାଳୁ ଦେବରାଜ ଚା’ ପିଉଥିଲେ । ହଠାତ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ଦେବରାଜଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ । ତେବେ ଘଟଣାସ୍ଥଳରେ ହିଁ ଦେବେରାଜ‌ଙ୍କ ମୃତ୍ୟୁ ଘଟିଥିଲା । ଅପରପକ୍ଷରେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ଏନେଇ ତଦ‌ନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତମାନଙ୍କର ପ‌ତ୍ତା ମିଳିପାରିନାହିିଁ । ବ୍ୟକ୍ତିଗତ ନା ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ବ୍ରହ୍ମପୁର ଏସପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.