oom

ଦିଗପହଣ୍ଡିରେ ଟାଏକୋଣ୍ଡୋ କଲରବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିଗପହଣ୍ଡି ସ୍ଥିତ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦ ପରିସରରେ ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୨ୟ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଲୋକ ବିଷୋୟୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆନ୍ତର୍ଜାତିକ ରେଫରୀ ତଥା ଓଡିଶା ଟାଏକୋଣ୍ଡୋ ଆସୋସିଏସନ ଦ୍ୱାରା ମନୋନିତ କୋଚ୍ କେ. ମନୋଜ ପ୍ରଧାନ ପରୀକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କ ପରୀକ୍ଷା କରି ଆବଶ୍ୟକ ପରାମର୍ଶ ଦେଇଥିଲେ । ଏକାଡେମୀର କୋଚ୍ ବାସୁ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ୩୦ରୁ ଅଧିକ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର କୋଚ୍ ଇ. ଲଳିତ କୁମାର, ହୋପ, ଟାଏକୋଣ୍ଡୋ ଏକାଡେମୀର କୋଚ୍ ସି.ଏଚ. ପ୍ରସାଦ, ବ୍ରହ୍ମପୁର ଟାଏକୋଣ୍ଡୋ ଏକାଡେମୀର କୋଚ୍ ଜନଜ ମହାରଣା, ଆନ୍ତର୍ଜାତିକ କ୍ରୀଡାବିତ ରୁଦ୍ର ନାରାୟଣ ବେହେରା ଏବଂ ପି. ଅଭିମନ୍ୟୁ ରେଡ୍ଡୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.