୧୨ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ଢେ଼ଙ୍କାନାଳ, (ତାପସ ଦାସ) : ଆଜି ଅପରାହ୍ନ ପ୍ରାୟ ୩ଟାରୁ ୪ଟା ହେବ, ପ୍ରଶାନ୍ତ ମହାନ୍ତିଙ୍କ ବାଡ଼ିରେ କିଛି ଛେଳି ଚରୁଥିଲେ । ଠିକ ଏହି ସମୟରେ ବେଗା ସଂରକ୍ଷିତ ଜଙ୍ଗଲରୁ ୧୨ ଫୁଟ ଲମ୍ବର ଏକ ଅଜଗର ସାପ ଛେଳିଙ୍କୁ ଖାଇବାକୁ ଆସିଥିଲା । ସେଇ ବାଟ ଦେଇ ଯାଉଥିବା ଟୁକୁନା ମଲିକଙ୍କ ନଜରକୁ ଆସିଥିଲା । ସେ ତୁରନ୍ତ ଛେଳି ଗୁଡାକୁ ବଞ୍ଚାଇବା ସହିତ ଗ୍ରାମବାସୀଙ୍କ ସହଯୋଗରେ ଅଜଗରକୁ ଉଦ୍ଧାର କରି ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସଙ୍କୁ ଜଣାଇଥିଲେ । ଶ୍ରୀ ଦାସ ଅବିଳମ୍ବେ ଖଂକିରା ଫରେଷ୍ଟର ଇନଚାର୍ଜ ରଶ୍ମିରଂଜନ ଦାସଙ୍କୁ ଯୋଗାଯୋଗ କରିବା ସହିତ ତାଙ୍କୁ ସାଥୀରେ ନେଇ ଅଜଗରକୁ ଉଦ୍ଧାର କରି ଖଂକିରା ଜଙ୍ଗଲରେ ଛାଡି ଦେଇଥିଲେ । ଗ୍ରାମ ମଝିରୁ ଏତେ ବଡ଼ ଅଜଗର ସାପକୁ ଦେଖି ଭୟର ବାତାବରଣ ଖେଳିଯାଇଛି । ସାପଟି କାମୁଡ଼ିବା ପରେ ବି ସାପଟିକୁ ଉଦ୍ଧାର କରି ଛେଳିଙ୍କର ଜୀବନ ରକ୍ଷା କରିଥିବାରୁ ଟୁକୁନା ମଲିକଙ୍କୁ ସମସ୍ତେ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

20 + 13 =