କୋଭିଡ ପରିଚାଳନା ଓ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା

ଢେଙ୍କାନାଳ, (ତାପସ ଦାସ) : କୋଭିଡ ପରିଚାଳନା ଓ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା ଢେଙ୍କାନାଳ ଆଜି ଜିଲ୍ଲା କାର୍ୟ୍ୟାଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି । ଡିସେମ୍ବର ମାସ ସୁଦ୍ଧା ଜିଲ୍ଲାର ଆଗ ଧାଡିର କର୍ମୀ, ସ୍ବାସ୍ଥ୍ୟ କର୍ମୀ ଓ ଗର୍ଭବତୀ ମହିଳାମାନଙ୍କର ଯେପରି ଶତ ପ୍ରତିଶତ ଟୀକାକରଣ ହେବ, ସେଥପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେବାସହ ବରିଷ୍ଠ ନାଗରିକମାନଙ୍କର ଟୀକାକରଣ ନିମନ୍ତେ ପ୍ରାଧାନ୍ୟ ଦେବାକୁ କହିଛନ୍ତି । ଦେଶରେ କରୋନାର ନୂଆଁ ଭାରିଆଣ୍ଟ ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖୁ ମାଇକିଙ୍ଗ ଦ୍ବାରା ଜନସାଧାରଣଙ୍କୁ ସଚେତନ କରିବା ସହିତ ମାସ୍କ ପରିଧାନ, ସାମାଜିକ ଦୂରତା ଓ ପରିଷ୍କାର ପରିଚ୍ଛନତା ପ୍ରତି ଧ୍ୟାନ ଦେବାକୁ ସେ ବିଡିଓ ଏବଂ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ନିୟମ ଅନୁପାଳନରେ ଖିଲାପ କଲେ ବ୍ୟବସାୟ ପ୍ରତିଷ୍ଠାନକୁ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପିକନିକ ଭୋଜି ଭାତ , ଡି ଜେ ସାଉଣ୍ଡ ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ବିବାହ, ବ୍ରତ, ପର୍ବ ପର୍ବାଣୀ, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସଭା ସମିତିରେ କୋଭିଡ ନିୟମ ଅନୁପାଳନ ମଧ୍ୟରେ ସର୍ବାଧିକ ୧୦୦ ଜଣ ବ୍ୟକ୍ତି ସମାଗମ ହୋଇ ପାରିବେ । ଆବାସିକ ବିଦ୍ୟାଳୟଗୁଡିକରେ ପିଲାମାନଙ୍କର ଥର୍ମାଲ ଟେଷ୍ଟିଙ୍ଗ କରି ଲକ୍ଷଣ ଯୁକ୍ତମାନଙ୍କର ଟେଷ୍ଟିଙ୍ଗ କରି ଆବଶ୍ୟକ ସ୍ଥଳେ ବିହିତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଛନ୍ତି । ଜନବହୁଳ ଗ୍ରାମଗୁଡିକୁ ଯାଇ ଟୀକା ନେଇ ନ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଟୀକା ଦେବାର ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଡିଓମାନେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନକୁ ଯଥା ଶୀଘ୍ର ଶେଷ କରି ସେମାନଙ୍କୁ ଉକ୍ତ କାର୍ଡକୁ ଦାୟୀତ୍ଵର ସହ ନିଜ ପାଖରେ ରଖିବାକୁ ପରାମର୍ଶ ଦେବା ସହ ଏହାର କାର୍ୟ୍ୟକାରିତା ଓ ଆବଶ୍ୟକତାକୁ ହିତାଧୂରୀ ମାନଙ୍କୁ ସଠିକ ଭାବେ ବୁଝାଇ ଏହାର ସୁଯୋଗ ନେବା ପାଇଁ ହିତାଧିକାରୀ ମାନଙ୍କୁ ପରାମର୍ଶ ଦେବେ । ୨ୟ ପର୍ୟ୍ୟାୟରେ ରୂପାନ୍ତରଣ ହେବାକୁ ଥିବା ବିଦ୍ୟାଳୟଗୁଡିକର ଭିତ୍ତି ଭୂମିର ଉନ୍ନତି ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ, ବିଡିଓମାନଙ୍କୁ କହିଛନ୍ତି । ବିଦ୍ୟାଳୟ ଗୁଡିକର ସ୍ଥାୟୀ ଜମିପଟ୍ଟା, ବିଦ୍ୟୁତ ଯୋଗାଣ, ପାନୀୟ ଜଳ, ବୃକ୍ଷ ରୋପଣ ଆଦିକୁ ବ୍ୟବସ୍ଥିତ କରିବା ସହିତ ମିସନ ଶକ୍ତି ଗୃହ ନିର୍ମାଣ କାର୍ୟ୍ୟ ଶୀଘ୍ର ଶେଷ କରିବାକୁ କହିଛନ୍ତି । ଜିଲ୍ଲାରେ ହେଉଥିବା ଆଣ୍ଟିଜେନ ଏବଂ ଆର୍‌ଟି ପିସିଆର ଟେଷ୍ଟ ଓ ଟୀକାକରଣ କାର୍ୟ୍ୟକ୍ରମ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ରାଣୀ ମିଶ୍ର ବୈଠକରେ ଅବଗତ କରାଇଥିଲେ । ସଂକ୍ରମଣକୁ ରୋକିବା ପାଇଁ ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମୀମାନେ ଅଧିକରୁ ଅଧିକ ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ କରାଇବା ସହିତ ଅଧିକ ଟୀକାକରଣର ବ୍ୟବସ୍ଥା କରିବାକୁ କହିଛନ୍ତି । ଏଥି ନିମନ୍ତେ ସ୍ବାସ୍ଥ୍ୟ ଅଧିକାରୀମାନେ ପ୍ରତି ସପ୍ତାହରେ ବୈଠକ ଡାକି ଟେଷ୍ଟିଙ୍ଗ ଓ ଟୀକାକରଣକୁ ଅଧିକ ବ୍ୟବସ୍ଥିତ ଓ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଭିଡିଓ କନଫେରେନସିଙ୍ଗ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଡି.ପି.ଏମ., ଏନ.ଏଚ.ଏମ. ସୋନାଲୀ ପ୍ରିୟଦର୍ଶିନୀ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନିଗ୍ଧାରାଣୀ ଧଳ, ଆପତ କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ଛାୟା ମହାପାତ୍ର, ଓସଡମା, ଡି.ପି.ଓ. ନିମାଇଁ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nine − 6 =