ଢ଼େଁକିସାଲ୍‌ ସାହିତ୍ୟ କୁଟୁମ୍‌ ତରଫରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ପୁସ୍ତମ୍ ଯୁଆଡି) : ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ କଁସିଲ୍‌ ଗ୍ରାମର ଢ଼େଁକିସାଲ୍‌ ସାହିତ୍ୟ କୁଟୁମ୍‌ ତରଫରୁ ୭୫ ତମ ସ୍ୱଧିନତା ଦିବସ ପାଳିତ ହୋଇ ଯାଇଛି । ଢ଼େଁକିସାଲ୍‌ ସାହିତ୍ୟ କୁଟୁମର ସମ୍ପାଦକ କେକି ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ ଓ ବକ୍ତବ୍ୟ ପ୍ରଦାନ କରିଥିଲେ ପ୍ରୟାସ ସାହିତ୍ୟ କଳା ଅନୁଷ୍ଠାନର ସମ୍ପାଦକ ଉମେଶ ବେହେରା । ଯୁବ ସମାଜ ସେବୀ ଶିବାନନ୍ଦ ନାଗ ମୁଖ୍ୟବକ୍ତା ଓ ସୋନୁ ନାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରସାନ୍ତୁପୁଟେଲ, ସୁରେଶ ପୁଟେଲ, ଗଣେଶ ପୁଟେଲ, ଅର୍ଧେନ୍ଦୁ ଭୋଇ, ତୃନେସ୍ ପୁଟେଲ୍‌, ମୋହନ ପୁଟେଲ୍‌, ଗୋପାଳ ପୁଟେଲ୍‌, ବେଣ୍ଟି ଭୋଇ, ଗଂଗା ପୁଟେଲ୍‌, ଜଗୁଆ ପୁଟେଲ, ବୌଦ୍ଧ ପୁଟେଲ୍‌, ଅର୍ଜୁନ ପୁଟେଲ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଯୁବ ସମାଜ ସେବୀ ଗିତବାସ୍ ପୁଟେଲ୍‌ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.