ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ୭୫ତମ ସ୍ଵାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାରା ଭାରତ ବର୍ଷରେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରକୁ ଅମୃତ ମହୋତ୍ସବ ରୂପେ ପାଳନ କରାଯାଇଛି । ସେହିଭଳି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର, ତରଫରୁ ବଲାଙ୍ଗିର ଜିଲ୍ଲାର ଐତିହାସିକ ପୀଠ ରାଣୀପୁରଝରିଆଲ ଠାରେ ପ୍ରଥମଥର ତ୍ରିରଙ୍ଗା ଉଡେଇବା ଠାରୁ ଆରମ୍ଭ କରି ବଲାଙ୍ଗିର ନଗରରେ ୩୦ଟି ସ୍ଥାନରେ ଓ ସାରା ଜିଲ୍ଲାରେ ୧୦୦ରୁ ଉର୍ଦ୍ଧ୍ବ ସ୍ଥାନରେ ସ୍ଵାଧୀନତା ଦିବସ ପାଳନ କଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ଗୋଟିଏ ଗାଁ, ଗୋଟିଏ ତ୍ରିରଙ୍ଗା ଅଭିଯାନ ନିଆଯାଇଥିଲା । ଏହି ଅଭିଯାନରେ ଗାଁରୁ ବ୍ଲକସ୍ତର ପର୍ଯ୍ୟନ୍ତ ସଂଯୋଜକ ଓ ସହସଂଯୋଜକ ଗୋଟିଏ ଲେଖାଏଁ ପ୍ରମୁଖ କାର୍ଯ୍ୟକର୍ତାଙ୍କୁ ରଖାଯାଇଥିଲା, ସଂଯୋଜକ ଓ ସହସଂଯୋଜକ ମାନଙ୍କ ମାଧ୍ୟମରେ ତ୍ରିରଙ୍ଗା ପଠାଯିବା ସହ ସେମାନଙ୍କ ପ୍ରବାସ ମଧ୍ୟ ହୋଇଥିଲ । ତେଣୁ ଏହି କାର୍ଯ୍ୟକ୍ରମ ସଫଳ ହେବା ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଗାଁରୁ ୨୦୦୦ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ମାନେ ବିଦ୍ୟାର୍ଥୀ ପରିଷଦ ସହ ଯୋଡି ହୋଇଛନ୍ତି ।ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଟିଟିଲାଗଡ଼ର ଛାତ୍ରନେତା ରୋହନ ସ୍ୱାଇଁଙ୍କ ନେତୃତ୍ୱ ଟିଟଲାଗଡ଼ ଠାରେ ୭୫ଟି ବୃକ୍ଷ ରୋପଣ କରାଯାଇଛି । ସ୍ୱାଧୀନତାର ଅମୃତ ମହୋତ୍ସବକୁ ଆଖି ଆଗରରେ ରଖି ବିଦ୍ୟାର୍ଥୀ ପରିଷଦ ତରଫରୁ ଗୋଟିଏ ବର୍ଷ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗୀତାର ଅୟୋଜନ କାରାଯିବା ସହ ସ୍କୁଲ, କଲେଜରେ ବିଭିନ୍ନ ନୂଆ ଅଭିଯାନ ନେବାର ଯୋଜନା ହୋଇଛି । ଭାରତ ମାତା ପାଇଁ ପ୍ରାଣବଳି ଦେଇ, ଲୋକଲୋଚନକୁ ଆସି ନପାରିଥିବା ସ୍ୱାଧୀନତାର କ୍ରାନ୍ତିକାରୀ ମହାପୁରୁଷ ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ବିଦ୍ୟାର୍ଥୀ ପରିଷଦ ସବୁ ସ୍ଥାନରେ ପ୍ରୟାସ କରିବ । ଅନେକ ଦେଶପ୍ରେମୀ ଭିଡିଓ, ମହାପୁରୁଷଙ୍କ ତଥ୍ୟ ସଂଗ୍ରହ କରି ତାହାକୁ ସମାଜ ସାମ୍ନାକୁ ଅଣାଯିବ । ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି କହିଛନ୍ତି, ମୋଗଲଙ୍କ ଅତ୍ୟାଚାରଠୁ ଆରମ୍ଭକରି ବ୍ରିଟିଶ ମାନଙ୍କ ଉତ୍ପୀଡ଼ନର ଶିକାର ହୋଇଛି ସମଗ୍ର ଭାରତ । ବହୁ ସଂଘର୍ଷ, ଘାତ-ପ୍ରତିଘାତ ପରେ ଆଜି ସ୍ୱାଧୀନ ଭାରତରେ ରହୁଛେ ।ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଅନେକ ମହାପୁରୁଷଙ୍କୁ ମନେ ପକେଇବାର ଅବସର ଆସିଛି । ସ୍ୱାଧୀନତାର ଏହି ଉତ୍ସବକୁ ସାମାଜିକ ରାଷ୍ଟ୍ର ଉତ୍ସବ ଭାବେ ପାଳନ୍ତୁ ବୋଲି ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.