ଲୋଇସିଂହା ସମେତ ସମସ୍ତ ପୁରପଲ୍ଲୀରେ ୭୪ତମ ସ୍ୱାଧୀନତା ଦିବସ ପାଳନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର): ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ବ୍ଲକ ସଦର ମହକୁମା ସମେତ ପୁରପଲ୍ଲୀରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଲୋଇସିଂହା ଜନ କଲ୍ୟାଣ ଯୁବ ସାମ୍ମୁଖ୍ୟ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ଆୟୋଜିତ ସ୍ୱାଧୀନତା ଦିବସରେ ମୁଖ୍ୟଅତିଥି ଭାବେ ଷ୍ଟାଡିୟମ କମିଟୀ ସଭାପତି ଦିଲୀପ କୁମାର ବେହେରା ଯୋଗଦେଇ ଜାତୀୟ ପତାକା ଉତୋଲନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ବିଭୁତି ଭୁଷଣ ଷାହାଣୀ, ବିଶ୍ୱ ଭୁୟାଁ, ଉତର ହେର୍ଣ୍ଣା, ସରୋଜ ବିଶ୍ୱାଲ, ରଂଜନ ବେହେରା, ଭାଗବତିଆ ବୈାଇ, ଅମରେନ୍ଦ୍ର ବେହେରା ପ୍ରମୁଖ ସାମିଲ ଥିଲେ । ସେହିପରି ସ୍କୁଲ କଲେଜ ସମେତ ସମସ୍ତ ସରକାରୀ/ବେସରକାରୀ ଅନୁଷ୍ଠାନମାନଙ୍କରେ ମଧ୍ୟ ଜାତୀୟ ପତାକା ଉତୋଲନ କରାଯାଇଥିଲା । ଏହାସହ ପୁରପଲ୍ଲୀରେ ମଧ୍ୟ ଅନୁରୂପ ଭାବେ କୋବିଡ-୧୯ ଗାଇଡ ଲାଇନ ଅନୁଯାୟୀ ସାମାଜିକ ଦୂରତ୍ୱ ସହିତ ମାସ୍କ ପରିଧାନ କରି ଜାତୀୟ ପତାକା ଉତୋଲନ ପାଳିତ ହୋଇଥିଲା ।

Leave A Reply

Your email address will not be published.