ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ସହିତ ପାଳନ ହେଲା ସ୍ୱାଧୀନତା ଦିବସ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଆଜି ୭୪ ତମ ପବିତ୍ର ସ୍ୱାଧୀନତା ଦିବସ ମହାସମାରୋହରେ ମ.ରାମପୁରର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟରେ ସାମାଜିକ ଦୂରତା ଅବଲମ୍ବନ ସହିତ ପାଳିତ ହେଇଯାଇଛି । ତହସିଲ କାର୍ୟ୍ୟାଳୟରେ ତହସିଲାଦର ସୟଦ ଇସାକ ମଦିନା, ବ୍ଲକ କାର୍ୟ୍ୟାଳୟରେ ବିଡ଼ିଓ ରୁମାନା ଜାଫ୍ରି, ସଦର ପଂଚାୟତରେ ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସେବାଜଗତ ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ, ଆରଇ ଅଫିସରେ ଆରଆଇ ରଂଜିତା ପ୍ରଧାନ, ମହାଶକ୍ତି ଫାଉଣ୍ଡେସନରେ ସଦର ସରପଂଚ ଚିତ୍ତରଂଜନ ବାଗ, ମ.ରାମପୁର ଥାନାରେ ଥାନାଧିକାରୀ ଗୋବିନ୍ଦ ମାଝୀ, ମ.ରାମପୁର ରେଂଜ କାର୍ୟ୍ୟାଳୟରେ ରେଂଜର କେଶବ ମାଝୀ, ମଦନପୁର ଗ୍ରାମ ପଞ୍ଚୟତରେ ସରପଞ୍ଚ ରାଜେଶ ଧଙ୍ଗଡ଼ା ମାଝୀ, ଅଲାତରାରେ ସରପଞ୍ଚ ଦୁସିଲା ବେହେରା, ପଞ୍ଚସଖା ଉଚ୍ଚ ବିଦ୍ୟା ପୀଠ ଅଲାତରା, ବିବେକାନନ୍ଦ କ୍ଲବ ଓ ସର୍ବସାଧାରଣସ୍ତରୀୟ ଦୁର୍ଗମାଧବ ଉ୍‌ଚ୍ଚ ବିଦ୍ୟାପୀଠ ଖେଳପଡ଼ିଆରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ନିଜ ବକ୍ତ୍ୟବ ରଖିଥିଲେ ।
ଠିକ ସେହିପରି ବିଭିନ୍ନ କାର୍ୟ୍ୟାଳୟ, ସରକାରୀ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ସାମାଜିକ ଦୂରତା ସହିତ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମହାଶକ୍ତି ଫାଉଣ୍ଡେସନ ତରଫରୁ କରୋନା ଯୋଦ୍ଧା (ଆଶା କର୍ମୀ, ନୁନପୁର) ସୁନୀତା ରଣା, ଦୁର୍ଗମାଧବ ସରକାରୀ ବିଦ୍ୟାଳୟର ପିଅନ ସାଇପ୍ରସାଦ କୁମାରଙ୍କୁ ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା, ମ.ରାମପୁର ସାମ୍ବାଦିକ ସଂଘ ତରଫରୁ ଗ୍ରାମ ପଂଚାୟତ ସ୍ୱାଧୀନତା ଦିବସ ପାଳନ ଅବସରରେ ସରପଂଚ ଚିତ୍ତରଂଜନ ବାଗ, ପିଇଓ ଫଗନୁ ଗହୀର, ଅଙ୍ଗନୱାଡ଼ି କର୍ମୀଙ୍କୁ ମାନପତ୍ର ଓ ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ପଞ୍ଚ ସଖା ଉଚ୍ଚ ବିଦ୍ୟାଳୟରେ ଗୋପବନ୍ଧୁ ବିଶିଙ୍କୁ ଚଳିତ ବର୍ଷ ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଥୁବାରୁ ପଣ୍ଡିତ ପ୍ରବୋଧ କୁମାର ମିଶ୍ର ମେମୋରିଆଲ୍‌ ପଦକ ଓ ନଗଦ ରାଶି ପ୍ରଦାନ କରାଯାଇଥିଲା ।
ତେବେ ସମସ୍ତ କାର୍ୟ୍ୟକ୍ରମରେ ସମସ୍ତେ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷା କରିଥିଲେ ଏବଂ ଅଳ୍ପ ସଂଖ୍ୟକ ଜନାସାଧାରଣଙ୍କ ଉପସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ।

Leave A Reply

Your email address will not be published.