ମହାଶକ୍ତି ଫାଉଣ୍ଡେସନ ତରଫରୁ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଧନା ଦେବା ସହିତ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ମୁଖ୍ୟ କାର୍ୟ୍ୟାଳୟ ସମେତ ସମସ୍ତ ଆଞ୍ଚଳିକ ତଥା ଶାଖା କାର୍ୟ୍ୟାଳୟ ଗୁଡିକରେ ସ୍ଥାନୀୟ କରୋନା ଯୋଦ୍ଧା ଯେପରିକି ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ ମାନଙ୍କୁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ କରାଯାଇଥିଲା । ମୁଖ୍ୟଅତିଥି ମାନେ ସାମ୍ପ୍ରତିକ କରୋନା ଲଢ଼େଇର ସମ୍ମୁଖ ସୈନ୍ୟ ଭାବରେ କାମ କରୁଥିବାରୁ ସେମାନଙ୍କ କାର୍ୟ୍ୟକୁ ପ୍ରଶଂଶା କରାଯିବା ସହିତ ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କ୍ରମରେ ବଲାଙ୍ଗିର ମୁଖ୍ୟ କାର୍ୟ୍ୟାଳୟରେ ପୂର୍ବତନ ସେନା ଅଧିକାରୀ ତଥା ବର୍ତ୍ତମାନ ବଲାଙ୍ଗିର ଆଦର୍ଶ ଥାନାରେ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଭାବରେ କାର୍ୟ୍ୟରତ ବୁଦ୍ଧଦେବ ଅଗସ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଶ୍ରୀ ଅଗସ୍ତି ନିସ୍ଵାର୍ଥପର ତଥା ସଚ୍ଚୋଟତାର ସହିତ ସମାଜର ସେବା କରିବାକୁ ଆହ୍ୱାନ ଦେଇଥିଲେ ।
ସମସ୍ତ କାର୍ୟ୍ୟାଳୟରେ କୋଭିଡ ନିୟମ ପାଳନ ପୂର୍ବକ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଅନୁଷ୍ଠାନର ବଲାଙ୍ଗିର ଜୋନାଲ ମୁଖ୍ୟ ସିମାଞ୍ଚଳ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଆଇନ ପରାମର୍ଶଦାତା ମନୋଜ ଦାଶ, ଆଇ ଟି ମୁଖ୍ୟ ରମାବଲ୍ଲଭ ପଟ୍ଟନାୟକ, ସାଗରିକା ମିଶ୍ର, ରୁବି ତ୍ରିପାଠୀ, ସରିତା ମିଶ୍ର, ହୃଷିକେଶ ସାହୁ, ଅମରନାଥ ପଟ୍ଟନାୟକ, ଶୈଳେନ୍ଦ୍ର ନାରାୟଣ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.